ଘଟଗାଁ: ଆଜି ମା’ ତାରିଣୀଙ୍କ ୧୩ ଟି ହୁଣ୍ଡି ଖୋଲାଯାଇ ଟଙ୍କା ଗଣତି ସହ ସୁନାରୁପା ଓଜନ କରାଯାଇଛି। ଗଣତି ଅନୁଯାୟୀ ମୋଟ ୧୯ ଲକ୍ଷ ୬୧ ହଜାର ୪୯୦ ଟଙ୍କା ମିଳିଛି। ସେହିପରି ୮୬.୧୧୦ ଗ୍ରାମ୍ ସୁନା ଓ ୫୭୯.୭୯୦ ଗ୍ରାମ୍ ରୁପା ମିଳିଛି।
ସମ୍ବଲପୁର ଦେବୋତ୍ତର ବିଭାଗ ଡିଭିଜିନାଲ ଇନ୍ସିପେକ୍ଟର ଦକ୍ଷିଣ କୁମାର ମାରାଣ୍ଡି, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାଏକ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, ପୁଲିସ ଏଏସଆଇ ଉପେନ୍ଦ୍ର କୁମାର ନାଏକ ଓ ମଦନ ମୋହନ ପୂର୍ତ୍ତିଙ୍କ ଉପସ୍ଥିତିରେ ମନ୍ଦିର ବେଢ଼ା ଭିତର ଓ ବାହାରେ ଥିବା ୧୩ ଗୋଟି ହୁଣ୍ଡି ଖୋଲାଯାଇଥିଲା। ମନ୍ଦିର ବରିଷ୍ଠ କର୍ମଚାରୀ ଅବନୀ ଜେନା, ଶରତ ବେହେରା, ହରେକୃଷ୍ଣ ପଳେଇ, ମହେଶ୍ୱର ସାହୁ, ରଞ୍ଜନ ସାହୁ, ଅରୁଣ କୁମାର ନାୟକ, ଶ୍ରୀକାନ୍ତ ଦେହୁରୀ, ନବୀନ ମହାନ୍ତ, କାଳନ୍ଦୀ ମହାନ୍ତ, ତୁଷାରକାନ୍ତ ରାଉତ, ଲକ୍ଷ୍ମୀଧର ମହାନ୍ତ, ଦେବଦତ୍ତ ବଳ, ସନାତନ ନାଏକ, ତରଣୀସେନ ରାଉତ, ତୁଷାରକାନ୍ତ ରାଉତ, ହରିହର ମହାନ୍ତ, ନାରାୟଣ ମୁଖି, ଚନ୍ଦନ ବେହେରା, ଚକ୍ରଧର ନାଏକ, ବିଷ୍ଣୁ ଚରଣ ନାଏକ, ସନିଆ ମୁଖି, ଷ୍ଟେଟ ବ୍ୟାଙ୍କ କର୍ମଚାରୀ ପାୟଲ ମଲ୍ଲିକ ଓ ସିପୁନ ସାହୁ ଗଣତି କରିଥିଲେ।
Follow Us