ବାଇକ କିଣିବାକୁ ଯାଉଥିବା ବେଳେ ଦୁର୍ବୃତ୍ତ ଲୁଟିନେଲେ ୨ ଲକ୍ଷ ୧୦ ହଜାର

Advertisment
ଝାରସୁଗୁଡ଼ା: ଜାତୀୟ ରାଜପଥରେ ପୁଣି ଲୁଟ୍‌ ଅଭିଯୋଗ

Sambad

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଗାଁରେ ଥିବା ହିରୋ ସୋ ରୁମର କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ବଳଦେବ ବରିହାଙ୍କ ଠାରୁ କିଛି ଦୁର୍ବୃତ୍ତ ୨ଲକ୍ଷ ୧୦ ହଜାର ଟଙ୍କା ଲୁଟି ଫେରାର ମାରିଛନ୍ତି। ପ୍ରକାଶ ଯେ, ବଳଦେବ ବାଇକ କିଣିବା ପାଇଁ ବଲାଙ୍ଗୀର ଯାଉଥିଲେ। ସୁନାମୁଦି ଛକଠାରେ ତାଙ୍କୁ କିଛି ଦୁର୍ବୃତ୍ତ ଅଟକାଇଥିଲେ। ବଳଦେବ ଅଟକିବାରୁ ତାଙ୍କ ଠାରେ ଥିବା ୨ ଲକ୍ଷ ୧୦ ହଜାର ଟଙ୍କା ଲୁଟି ନେବା ସହିତ ତାଙ୍କୁ ଆକ୍ରମଣ କରି ଫରାର ମାରିଥିଲେ। ଏନେଇ ବଳଦେବ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe