ବନ୍ଧୁକ ମୁନରେ ଲୁଟିନେଲେ ନଗଦ ୨୨ ହଜାର ଟଙ୍କା ଓ ମୋବାଇଲ

Advertisment
ବନ୍ଧୁକ ମୁନରେ ଲୁଟିନେଲେ ନଗଦ ୨୨ ହଜାର ଟଙ୍କା ଓ ମୋବାଇଲ

ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଞ୍ଚଳରେ ଅପରାଧୀ ବେଶ ସକ୍ରିୟ ଅଛନ୍ତି। ଲୁଟ, ରାହାଜାନୀ, ଚୋରି ସଂଖ୍ୟା ବଢୁଛି। ଲୁଟେରା ମାନେ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି। ଆଜି ପୁଣି ଜଣେ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ନଗଦ ଟଙ୍କା ଏବଂ ମୋବାଇଲ ଲୁଟି ନେଇଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ କରିଛି।

ସୂଚନା ଅନୁସାରେ, ସୂର୍ଯୋଦୟ ଫାଇନାନସ କର୍ମଚାରୀ ପ୍ରକାଶ ଚନ୍ଦ୍ର ଚମ୍ପତି ଆଜି କଟକ ଜିଲ୍ଲା ନୋଦା ଏବଂ ଗୋପାଳ ନଗରରୁ ଟଙ୍କା ଆଦାୟ କରି ବନମାଳିପୁର ଅଭିମୁଖେ ଫେରୁଥିଲେ। ୩ ଜଣ ଯୁବକ ଗୋଟିଏ ସିବିଜେଡ ବାଇକରେ ଆସି ତାଙ୍କୁ ଭାକରସାହି କେନାଲ ବନ୍ଧ ରାସ୍ତାରେ ଅଟକାଇ ଥିଲେ ଏବଂ ମାରଣାସ୍ତ୍ର ଦେଖାଇ ପାଖରେ ଯାହା ଅଛି ଦେଇଦେବାକୁ କହିଥିଲେ। ବିଳମ୍ୱ ହେବାରୁ ତାଙ୍କ ଓଡି ୧୩ ଜି ୬୦୪୧ ବାଇକ ଡ଼ିକିକୁ କଟୁରୀରେ ହାଣି ଭାଙ୍ଗି ଦେଇଥିଲେ ଏବଂ ବନ୍ଧୁକ କାଢି ମୁଣ୍ଡରେ ଲଗାଇ ମାରିଦେବାର ଧମକ ଦେଇଥିଲେ। ସେହି ସମୟରେ ଅନ୍ୟ ଜଣେ ତାଙ୍କ ଠାରୁ ୨୨ ହଜାର ଟଙ୍କା ଏବଂ ଦାମୀ ମୋବାଇଲ ଫୋନ ଛଡାଇ ଆଖି ପିଛୁଳାକେ ଘଟଣାସ୍ଥଳରୁ ଚମ୍ପଟ ମାରି ଥିଲା। ଲୁଟର ଶିକାର ହୋଉଥିବା କର୍ମଚାରୀଙ୍କ ତରଫରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe