ଗ୍ରାହକଙ୍କ ଅଜାଣତରେ ୨୮ ହଜାର ଟଙ୍କା କଟିଲା 

Advertisment
ଗ୍ରାହକଙ୍କ ଅଜାଣତରେ ୨୮ ହଜାର ଟଙ୍କା କଟିଲା 

ଜୟପୁର: ଜଣେ ଗ୍ରାହକଙ୍କ ଅଜାଣତରେ ଏବଂ ସେ କାହାରିକୁ ଚେକ୍ ଦେଇ ନଥିବା ସତ୍ବେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨୮ହଜାର ଟଙ୍କା କଟିଯାଇଛି। ଗ୍ରାହକ ଜାଣିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ବ୍ୟାଙ୍କର ଶାଖା ପରିଚାଳିକା ଜୋନସ୍ତରୀୟ ଅଧିକାରୀଙ୍କୁ ଅବଗତ କରିଛନ୍ତି। ଏପରି ଘଟଣା ଜୟପୁରର ପଂଜାବ ନ୍ୟାସନାଲ୍ ବ୍ୟାଙ୍କରେ ହୋଇଛି। ଏହି ଶାଖାର ଗ୍ରାହକ ରଂଜନ କୁମାର ପାଲ ତାଙ୍କ ବ୍ୟବସାୟୀକ ଅନୁଷ୍ଠାନ ଗାୟତ୍ରୀ ଟ୍ରେଡିଂ କୋ ନାଁରେ ପୂର୍ବରୁ ୟୁନାଇଟେଡ୍ ବ୍ୟାଙ୍କ ଅଫ ଇଣ୍ଡିଆରେ ସିସି ଆକାଉଣ୍ଟ ଖୋଲିଥିଲେ। ଏହାରି ମଧ୍ୟରେ ୟୁନାଇଟେଡ୍ ବ୍ୟାଙ୍କ ଓ ଓରିଏଣ୍ଟାଲ ବ୍ୟାଙ୍କ ଆଦି ପଂଜାବ ନ୍ୟାସନାଲ ବ୍ୟାଙ୍କରେ ସମ୍ମିଶ୍ରଣ ହୋଇଛି।

ଲକଡାଉନ୍ ଚାଳିଥିଲେ ‌ସୁଦ୍ଧା ସେ ତାଙ୍କ ସିସି ଆକାଉଣ୍ଟରେ ନିୟମିତ ଭାବେ ଟଙ୍କା ଜମା କରି ଆସୁଥିଲେ। ଅଳ୍ପ ଦିନ ତଳେ ସେ ବ୍ୟାଙ୍କରୁ ତାଙ୍କ ଆକାଉଣ୍ଟର କିଛି ମେସଜ୍ ମୋବାଇଲକୁ ଆସୁନଥିବାରୁ ବୁଝିବାକୁ ଯାଇଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ତାଙ୍କ ଆକାଉଣ୍ଟର ଏକ ଷ୍ଟେଟମ୍ୟାଣ୍ଟ ଦେଇଥିଲେ। ଏହି ଷ୍ଟେଟମ୍ୟାଣ୍ଟ ଦେଖିବା ପରେ ସେ ଅବାକ ହୋଇ ଯାଇଥିଲେ। ସେ ଗତ ୪ବର୍ଷ ହେବ କାହାରିକୁ ଚେକ୍ ଦେଇ ନଥିବା କିମ୍ବା ଟଙ୍କା ଟ୍ରାନସଫର କରି ନଥିବା ବେଳେ ତାଙ୍କ ଆକାଉଣ୍ଟରୁ ୨୮ହଜାର ଟଙ୍କା କଟିଲା କିଭଳି ? ‌ବୋଲି ସେ ଆଶ୍ଚାର୍ଯ୍ୟନ୍ବିତ ହୋଇଥିଲେ। ତା ପରେ ବ୍ୟାଙ୍କ କର୍ମଚାରୀ ଓ ବ୍ୟାଙ୍କର ଶାଖା ପରିଚାଳିକାଙ୍କ ନିକଟରେ ଅଭିଯୋଗ କରିଥିଲେ।

ତେବେ ଜଣେ ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା ଏଭଳି ଗାଏବ ହେବା କେତେ ଦୂର ଯଥାର୍ଥ ବୋଲି ପ୍ରଶ୍ନ କରିଛନ୍ତି ରଂଜନ। ଯଦି ସହରାଂଚଳରୁ ଆସୁଥିବା ଗ୍ରାହକଙ୍କର ଏଭଳି ହୋଇଛି ତେବେ ଅନ୍ୟ ଗ୍ରାହକଙ୍କର  ଯେ ଏଭଳି ହୋଇନଥିବ ତାହା କହିବା ମୁସ୍କିଲ। ଏପରିକି ଜଣେ ବ୍ୟାଙ୍କ କର୍ମଚାରୀ ଜଣକ ବ୍ୟାଙ୍କରେ ଋଣ  ନେଇ ପରିଶୋଧ କରି ନାହାନ୍ତି। ତଥାଫି ଏବେ  ତାଙ୍କ ଆକାଉଣ୍ଟରେ ସେ ଜମାରୁ ବାକି ନଥିବା ଦର୍ଶାଉଛି। ସେ ଏହାକୁ ନେଇ ଚିନ୍ତାରେ ପଢ଼ିଥିବା କହିଛନ୍ତି। ତେବେ ବ୍ୟାଙ୍କ ସମ୍ମିଶ୍ରଣ ଯୋଗୁଁ ଏଭଳି ସମସ୍ୟା ଉପୁଜିଛି। ତିନି ବ୍ୟାଙ୍କର ସମ୍ମିଶ୍ରଣ ପରେ ସାମାନ୍ୟ ସମନ୍ବୟ ଅଭାବରୁ ଏଭଳି ସମସ୍ୟା ଦେଖାଦେଇଛି। ଗ୍ରାହକଙ୍କର ଏହି ସମସ୍ୟା ଅବଗତ ହେବା ପରେ ବ୍ରହ୍ମପୁର ଜୋନର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିଛି। କ୍ଲିୟରିଂ ହାଉସରେ କିଛି ସମସ୍ୟା ଯୋଗୁଁ ଏଭଳି ହୋଇଛି। ଏହାର ସମାଧାନ ଶୀଘ୍ର କରାଯିବ ବୋଲି କହିଛନ୍ତି ଶାଖା ପରିଚାଳିକା ଅଜିଂତା ଅନିତା ଦାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe