ଢେ଼ଙ୍କିକୋଟ: କେନ୍ଦୁଝର ଜିଲ୍ଲା ଢେ଼ଙ୍କିକୋଟ ସାପ୍ତାହିକ ହାଟ ଥିବାବେଳେ ଆଜି ୟୁନିୟନ ବ୍ୟାଙ୍କ ନିକଟ ସାନ୍ତରାପୁର ଛକ କୁମକୁମ୍ ସେଲୁନ ନିକଟରେ ଧାନ ବ୍ୟବସାୟୀ ନୂଆଗାଁର ଶରତ ଚନ୍ଦ୍ର ସାହୁଙ୍କ ସ୍କୁଟି ଡ଼ିକି ଭାଙ୍ଗି ବ୍ୟାଗରେ ଥିବା ୧ ଲକ୍ଷ ୩୨ ହଜାର ଟଙ୍କା ଦୁର୍ବୃତ୍ତ ଲୁଟି ନେଇଛନ୍ତି। ଗୋଦାମ ଆଗରେ ସ୍କୁଟି ରଖି ସେ ଭିତରେ ଖାଉଥିବା ବେଳେ ଘଟଣା ଘଟିଥିବା ଜଣାପଡିଛି। ଦିନ ୩ ଟା ସମୟରେ ସେ ସ୍କୁଟି ରୁ ଟଙ୍କା ନେବାକୁ ଆସିବା ସମୟରେ ସ୍କୁଟି ଡିକି ଖୋଲା ଥିବା ଓ ଟଙ୍କା ବ୍ୟାଗ ନଥିବା ଜାଣିବାକୁ ପାଇଥିଲେ। ସଂଧ୍ୟାସୁଦ୍ଧା ଥାନାରେ ଅଭିଯୋଗ ହୋଇ ନଥିବା ଜଣାଯାଇଛି। ଘଟଣା ଘଟିବା ସ୍ଥାନରେ ଏକ ଧାନ ଗାଡ଼ିରେ ଧାନ ଲଦାଯାଉଥିବା ସମୟରେ ଲୁଟେରା ଅନ୍ୟମାନଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ଲୁଟ କରିଥିଲେ।
ବ୍ୟବସାୟୀଙ୍କ ସ୍କୁଟି ଡିକିରୁ ଲକ୍ଷେ ୩୨ ହଜାର ଟଙ୍କା ଲୁଟ୍
Advertisment
Follow Us