ଘର ଯୋଗାଇବା ନାଁରେ ପୁଲିସ ବାବୁଙ୍କଠାରୁ ଠକିନେଲେ ୩୩ ଲକ୍ଷ, ଢ଼େଙ୍କାନାଳରୁ ଧରାପଡ଼ିଲା ଅଭିଯୁକ୍ତ

Advertisment
ଜାଲ୍‌ ସାର୍ଟିଫିକେଟ ମାମଲା: ୪ ଶିକ୍ଷକ ବହିଷ୍କୃତ

sentinelassam.com

ରାଉରକେଲା: ଘର ଯୋଗାଇବା ନାଁରେ ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କଠାରୁ ଜଣେ ବ୍ୟକ୍ତି ୩୩ ଲକ୍ଷ ଟଙ୍କା ଠକି ନେଇଥିଲେ। ପରବର୍ତ୍ତୀ ସମୟରେ ଘର ଦେବାକୁ କହିବାରୁ ଅଭିଯୁକ୍ତ ଆଉ ଧରାଛୁଆଁ ଦେଇନଥିଲେ। ଏନେଇ ଏତଲା ହେବାପରେ ବନ୍ଧମୁଣ୍ଡା ପୁଲିସ ଜଣେ ଅଭିଯୁକ୍ତକୁ ଅଟକ ରଖିଛି।

ସୂଚନା ଅନୁସାରେ, ରାଉରକେଲା ପୁଲିସ ଜିଲ୍ଲା ଅନ୍ତର୍ଗତ ଏକ ଥାନାରେ ଜଣେ ସବଇନ୍ସପେକ୍ଟର କାର୍ଯ୍ୟରତ ଥିଲେ। ସେତେବେଳେ ବନ୍ଧମୁଣ୍ଡାରେ ରହୁଥିବା ଜଣେ ବ୍ୟକ୍ତି(୫୦)ଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ପ୍ରାୟ ୫ ମାସ ପୂର୍ବେ ଅଭିଯୁକ୍ତ ସଂପୃକ୍ତ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କଠାରୁ ଟଙ୍କା ହଡ଼ପ କରିବାକୁ ଯୋଜନା କରିଥିଲା। ଯୋଜନା ମୁତାବକ କୋଏଲନଗରଠାରେ ନିଜର ଘରକୁ ୩୩ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ କହିଥିଲା। ଅଭିଯୁକ୍ତର ଜାଲରେ ଫସିଯାଇଥିଲେ ପୁଲିସ ବାବୁ। ଦୁଇଟି ଚେକ୍‌ ମାଧ୍ୟମରେ ମୋଟ୍‌ ୩୩ ଲକ୍ଷ ଟଙ୍କା ଦେଇଦେଇଥିଲେ। ଏହାପରେ କିନ୍ତୁ ଅଭିଯୁକ୍ତ ଆଉ ଧରାଛୁଆଁ ଦେଇନଥିଲା। ଏମିତିକି ଅଭିଯୁକ୍ତ ଢ଼େଙ୍କାନାଳକୁ ଲୁଚି ପଳାଇଥିଲା। ଏନେଇ ଥାନାରେ ଏତଲା ହେବାପରେ ପୁଲିସ ଛାନ୍‌ଭିନ ଆରମ୍ଭ କରିଥିଲା। ଅଭିଯୁକ୍ତ ଢ଼େଙ୍କାନାଳର ଏକ ଏଟିଏମ୍‌ରୁ ନିୟମିତ ବ୍ୟବଧାନରେ ଟଙ୍କା ଉଠାଉଥିବା ପୁଲିସ ତଦନ୍ତବେଳେ ଜାଣିବାକୁ ପାଇଥିଲା। ଏହାକୁ ଭିତ୍ତିକରି ପୁଲିସ ସଦଳବଳ ଢ଼େଙ୍କାନାଳରେ ପହଞ୍ଚିଥିଲା। ଆଜି ପୂର୍ବାହ୍ନରେ ଅଭିଯୁକ୍ତ ଟଙ୍କା ଉଠାଇବାକୁ ଏଟିଏମ୍‌କୁ ଆସିଥିବାବେବେଳ ପୁଲିସ ତାକୁ କାବୁ କରିନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe