ଜୁଆଅଡ୍ଡା ଉପରେ ଚଢାଉ, ୩୬ ହଜାର ୮୫୦ ଟଙ୍କା ଜବତ

ଜୁଆଅଡ୍ଡା ଉପରେ ଚଢାଉ, ୩୬ ହଜାର ୮୫୦ ଟଙ୍କା ଜବତ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩୬ ହଜାର ୮୫୦ ଟଙ୍କା ଜବତ କରିଛି। ବିଚନାପାଲି ନିକଟସ୍ଥ ସୁନ୍ଦରନଦୀ ଠାରେ ତାସ ପଟି ଜୁଆଆଡ୍ଡା ଉପରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ଜୁଆଡ଼ିମାନଙ୍କ ଠାରୁ ମୋଟ ୩୨,୧୫୦ ଟଙ୍କା, ୭ଟି ବାଇକ ଓ ୪ ପକେଟ ତାସ ଜବତ କରିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସେହିପରି ଖାସବାହଲ ଗ୍ରାମରେ ଖୁଡ଼ଖୁଡି ଜୁଆଆଡ୍ଡା ଉପରେ ଚଢ଼ାଉ କରି ଜଣକୁ ଗିରଫ କରିବା ସହ ୩,୨୦୦ ଟଙ୍କା ଜବତ କରିଛି। ଅରେଡା ଗ୍ରାମରେ ଜୁଆଆଡ୍ଡା ଉପରେ ଚଢ଼ାଉ କରି ୪ ଜଣଙ୍କୁ କାବୁ କରିଥିବା ବେଳେ, ୨ ପକେଟ ତାସ, ଗୋଟିଏ ବେଡ଼ସିଟ ଓ ୧୫୦୦ ଟଙ୍କା ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe