ପଲସର ଆତଙ୍କ: ଫାଇନାନ୍‌ସ କମ୍ପାନି କର୍ମଚାରୀଙ୍କୁ ହାଣି ନେଇଗଲେ ୪୩ ହଜାର ଟଙ୍କା!

Advertisment
ପଲସର ଆତଙ୍କ: ଫାଇନାନ୍‌ସ କମ୍ପାନି କର୍ମଚାରୀଙ୍କୁ ହାଣି ନେଇଗଲେ ୪୩ ହଜାର ଟଙ୍କା!

କାମାକ୍ଷାନଗର: ଫାଇନାନ୍‌ସ କମ୍ପାନିର କର୍ମଚାରୀଙ୍କୁ ହାଣି ଦୁର୍ବୃତ୍ତମାନେ ୪୩ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ କାମର୍ଦା ଗାଁରୁ ଆଜି ଦିନ ପ୍ରାୟ ୨ଟା ୩୦ ବେଳକୁ ଟାଟା ଫାଇନାନ୍‌ସ କମ୍ପାନି କର୍ମଚାରୀମାନେ ଟଙ୍କା କଲେକ୍ସନ କରି ଫେରୁଥିବା ବେଳେ କାମର୍ଦା ଆଉ ମୁକ୍ତାପଶି ଗାଁ ମଝିରେ ଥିବା ଜଙ୍ଗଲିଆ ଜାଗାରେ ହଠାତ ପଛରୁ ଗୋଟିଏ ନୀଳ ରଙ୍ଗର ପଲସର ଆସି ଆଗରେ ରହିଗଲା। କର୍ମଚାରୀ ମହେନ୍ଦ୍ର ସାଗର ବାରିକ (୩୦ବର୍ଷ) ଓ ତାଙ୍କ ସହିତ ଯାଇଥିବା ମନୋଜ ନାୟକ (୨୫ବର୍ଷ)ଙ୍କୁ ଦୁର୍ବୃତ୍ତମାନେ ଭୟଭୀତ କରିଥିଲେ। ଦୁର୍ବୁତ୍ତଙ୍କ ଗାଡ଼ିରେ ଥିଲେ ୩ଜଣ ମୁଖା ପିନ୍ଧା ଯୁବକ। ସେମାନେ ଅତର୍କିତ ଭାବରେ ଭୁଜାଲି ଆଉ ଖଣ୍ଡାରେ ଆକ୍ରମଣ କରିବା ସାଙ୍ଗକୁ ବନ୍ଧୁକ ଦେଖାଇ କର୍ମଚାରୀଙ୍କ ଠାରୁ ନେଇଗଲେ ୪୩ ହଜାର ଟଙ୍କା ଆଉ ମୋବାଇଲ। ଗାଡିର ଚାବି ନେଇଗଲେ ଆଉ ଦ୍ରୁତ ଗତିରେ ମୁକ୍ତାପଶି ଆଡକୁ ପଳାଇ ଗଲେ।

publive-image

ଆହତମାନଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିବା ପରେ କାମାକ୍ଷାନଗର ମେଡ଼ିକାଲରେ ଭର୍ତି କରାଯାଇଛି। ମହେନ୍ଦ୍ରଙ୍କ ହାତ ଆଉ ବାହୁରେ ଚୋଟ ଲାଗିଥିବା ବେଳେ ମନୋଜଙ୍କୁ ଉଭୟ ହାତ ବାହୁରେ ଲାଗିଛି ଚୋଟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe