ପୁରୀ: ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ତତ୍ୱତାବଧାନରେ ସାତପଡ଼ା ଅବକାରୀ ଥାନା ଉପନିରୀକ୍ଷକ ବିନୋଦ ବାସ୍କେଙ୍କ ନେତୃତ୍ୱରେ ବ୍ରହ୍ମଗିରି ଥାନା ଅଂଚଳରେ ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ସୋମବାର ସକାଳେ ନିଆଜପୁର ଗ୍ରାମରେ ଚଢ଼ଉ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତର ନାମ ଗୌତମ ଦଳାଇ (୪୦)
ପୁଲିସ ଟିମ୍ ଅତର୍କିତ ଭାବେ ଚଢ଼ଉ କରି ତାଙ୍କ ଠାରୁ ୫୨ ଗ୍ରାମ ବ୍ରାଉନସୁଗାର ଜବତ କରିଛନ୍ତି। ଏନେଇ ସାତପଡ଼ା ଅବକାରୀ ଥାନା ପକ୍ଷରୁ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ପୁରୀ କାରାଗାରକୁ ପଠାଯାଇଛି। ଜବତ ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ୨୦ ହଜାର ଟଙ୍କାରୁ ଉର୍ଦ୍ଧ ହେବ। ଏହି ଚଢ଼ଉରେ ଅବକାରୀ ଉପ-ନିରୀକ୍ଷକ ବିନୋଦ ବାସ୍କେ, ରଙ୍କନିଧି ମଲ୍ଲିକ, ମମତା କୁମାରୀ ଦାସ, କନଷ୍ଟେବଳ ସଞ୍ଜୀବ ହସ୍ତୀ ଓ ପ୍ରବୀଣ କର ଥିଲେ।
Follow Us