କଟକଣା ପରେ ଭୁଲି ଯାଇଥିଲେ ଜରିମାନା, ପରେ ପୁଣି ପିନ୍ଧିଲେଣି

Advertisment

ଭଞ୍ଜନଗର ପୁଲିସ୍ ଉପଖଣ୍ଡରେ ସପ୍ତାହକରେ ମାସ୍କ ପାଇଁ ଗଣିଲେଣି ୫ ଲକ୍ଷ ୨୦ ହଜାର ଟଙ୍କା

ଭଞ୍ଜନଗର ପୁଲିସ୍ ଉପଖଣ୍ଡରେ ସପ୍ତାହକରେ ମାସ୍କ ପାଇଁ ଗଣିଲେଣି ୫ ଲକ୍ଷ ୨୦ ହଜାର ଟଙ୍କା

କଟକଣା ପରେ ଭୁଲି ଯାଇଥିଲେ ଜରିମାନା, ପରେ ପୁଣି ପିନ୍ଧିଲେଣି

ଭଞ୍ଜନଗର: ଗତବର୍ଷ ନଭେମ୍ବର ମାସରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବା ପରଠାରୁ କଟକଣା କୋହଳ କରାଯାଇଥିଲା। କିନ୍ତୁ କରୋନା ସଂପୂର୍ଣ୍ଣ ଦୂରେଇ ଯାଇନଥିବାରୁ ମାସ୍କ ବ୍ୟବହାର,ସାମାଜିକ ଦୂରତ୍ବ ଓ ହାତଧୁଆ ଭଳି କୋରଭିଡ଼ ନିୟମ ପାଳନ କରିବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଲୋକମାନେ ବେପାରୁଆ ମୋରନଭାବ ରଖି ସର୍ବସାଧାରଣରେ ମାସ୍କ ବ୍ୟବହାର କରିବା ସଂପୂର୍ଣ୍ଣ ଭାବେ ଭୁଲି ଯାଇଥିଲେ। ବର୍ତ୍ତମାନ ଦ୍ବିତୀୟ ଲହର ପୁଣି ମାଡି ଆସିଥିବାରୁ ପ୍ରଶାସନ କଠୋର ହୋଇପଡ଼ିଛି। କରୋନା ନିୟମ ପାଳନ କରିବା ନେଇ ପୁଲିସ୍ ମଧ୍ୟ କଡା ଆଭିମୁଖ୍ୟ ଗ୍ରହଣ କରିଛି। ସର୍ବସାଧାରଣରେ ମାସ୍କ ବାଧ୍ୟତା ମୂଳକ କରାଯାଇଥିବା ବେଳେ ଉଲ୍ଲଂଘନକାରୀଙ୍କ ଠାରୁ କଡା ଜରିମାନା ଆଦାୟ କରାଯାଉଛି।

publive-image

ଗଞ୍ଜାମ ଜିଲ୍ଲା ପୁଲିସ୍ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ୍ ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସର୍ବସାଧାରଣରେ କୋ୍ଭିଡ଼ ନିୟମ ପାଳନର ଯାଞ୍ଚ କରାଯାଉଛି। ବିଶେଷ କରି ଯାତ୍ରୀବାହି ବସ୍ ଠାରୁ ଆରମ୍ଭ କରି ବିନା କାରଣରେ ବାଇକ୍‌ରେ ବୁଲୁଥିବା ଲୋକ ମାନଙ୍କୁ ତାଗିତ୍ କରିବା ସହ ମାସ୍କ ପିନ୍ଧି ନଥିଲେ ଜରିମାନା ଆଦାୟ କରାଯାଉଛି। ଉପଖଣ୍ଡ ପୁଲିସ୍ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ନେତୃତ୍ବରେ ଅଧୀନରେ ଥିବା ୬ ଗୋକଟି ଥାନାରୁ ଗତ ଏକ ସପ୍ତାହ ମଧ୍ୟରେ ରେକର୍ଡ ସଂଖ୍ୟକ ୫ ଲକ୍ଷ ୨୦ ହଜାର ୭୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି।

ଗତବର୍ଷ କଟକଣା କୋହଳ ପରଠାରୁ ମାସ୍କ ପିନ୍ଧିବା ଲୋକେତ ଭୁଲି ଯାଇଥିବା ବେଳେ ବର୍ତ୍ତମାନ ଘରୁ ବାହାରକୁ ବାହାରିବା ସମୟରେ ମାସ୍କ ପିନ୍ଧି ଯାଉଛନ୍ତି। କ୍ରମଶଃ ବିଭିନ୍ନ ଇଲାକାରେ ମାସ୍କ ବ୍ୟବହାରକାରୀଙ୍କ ସଂଖ୍ୟ ବୃଦ୍ଧି ପାଇବାରେ ଲାଗିଛି। ଭଞ୍ଜନଗର ପୁଲିସ୍ ଉପଖଣ୍ଡ ଅଧୀନରେ ଥିବା ବୁଗୁଡ଼ା ଥାନା ଇଲାକାରୁ ସର୍ବାଧିକ ୧,୩୩,୦୦୦ ଟଙ୍କା ମାସ୍କ ପାଇଁ ଜରିମାନା ଆଦାୟ କରାଯାଇଥିବା ବେଳେ ଭଞ୍ଜନଗର ଥାନା ଇଲାକାରୁ ୧,୨୩,୦୦୦ ଟଙ୍କା, ଗାଙ୍ଗପୁର ଥାନାରୁ ୧,୦୯,୭୦୦ ଟଙ୍କା, ବେଲଗୁଣ୍ଠା ଥାନାରୁ ୬୪,୫୦୦, ଜଗନ୍ନାଥପ୍ରସାଦ ଥାନାରୁ ୬୪,୦୦୦ ଏବଂ ତାରସିଂ ଥାନା ଇଲାକାରୁ ୨୬,୫୦୦ ଟଙ୍କା ଜରିମାନା ଆଦାୟ ହୋଇଥିବା ଜଣାପଡ଼ିଛି। ଜରିମାନା ଆଦାୟ ପରେ ଲୋକମାନେ ବହୁଳ ଭାବେ ମାସ୍କ ବ୍ୟବହାର କରି କୋଭିଡ଼ ନିୟମ ପାଳନ କରୁଥିବା ଏକ ଭଲ ଖବର ହୋଇଥିବା ବେଳେ ଆଗାମୀ ଦିନରେ ଯାଞ୍ଚକୁ ଆହୁ ଜୋରାଦାର କରାଯିବା ସହ ଗ୍ରାମାଞ୍ଚଳରେ ମଧ୍ୟ ମାସ୍କ ଯାଞ୍ଚ କରି ଜରିମାନା ଆଦାୟ କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe