ନୂଆପଡ଼ା: ନୂଆପଡା ଜିଲ୍ଲାରେ ୨ କରେନା ଯୋଦ୍ଧାଙ୍କୁ ଗୁରୁବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ନୂଆପଡ଼ା ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତରେ ୨ ଜଣ କରେନା ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ଦୁଇ ଜଣ ପୁଲିସ କରୋନା ଯୋଦ୍ଧା ଚଳିତ ସେପ୍ଟେମ୍ବରରେ କାର୍ଯ୍ୟରତ ଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇଥିଲେ।
ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ନୂଆପଡ଼ା ଜିଲ୍ଲା ପୁଲିସ ବିଭାଗରେ କାର୍ଯ୍ୟରତ ଥିବା କନେଷ୍ଟେବଳ ବୋଡ଼େନ ବ୍ଳକ କରଙ୍ଗାମାଲ ଗ୍ରାମର କୃଷ୍ଣ ଚନ୍ଦ୍ର ମଝି ନୂଆପଡ଼ା ଥାନାରେ କାର୍ଯ୍ୟକରୁଥିଲେ। ସେହି ବ୍ଳକର ବିରେଶକେଲା ଗ୍ରାମର ଶଙ୍କର ଦାଶ ଖରିଆରୋଡ଼ ଜୋଙ୍କ ଥାନାରେ କାର୍ଯ୍ୟରତ ଥିବା ସମୟର କରୋନ ପଜିଟିଭ ହୋଇ ମୃତ୍ୟୁ ହୋଇଥିଲା। ଏହି ଦୁଇ ଜଣ ପରିବାରଙ୍କୁ ସରକାର ପକ୍ଷରୁ ଘୋଷଣା ହୋଇଥିବା ସହାୟତା ରାଶି ୫୦ ଲକ୍ଷ ଟଙ୍କାର ଚେକ ତାଙ୍କ ପରିବାରଙ୍କୁ ପ୍ରଦାନ କରାଯାଇଛି।
ନୂଆପଡ଼ା ଜିଲ୍ଲା ଜିଲ୍ଲାପାଳ ସ୍ବଧାଦେବ ସିଂ, ନୂଆପଡା ପୁଲିସ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ କରୋନ ଯୋଦ୍ଧାଙ୍କ ସ୍ତ୍ରୀଙ୍କୁ ଚେକ ପ୍ରଦାନ କରିଛନ୍ତି। ଓଡିଶା ସରକାର ଘୋଷଣା କରିଥିବା କରୋନା ଯୋଦ୍ଧାଙ୍କ ସହାୟତା ରାଶି ପ୍ରଦାନ କରୁଥିବା ବେଳେ ନିଜ ଦାୟିତ୍ବ ସମ୍ପାଦନ କରିବାରେ ସମସ୍ତେ ଆଗେଇ ଆସୁଛନ୍ତି। ନୂଆପଡ଼ା ଜିଲ୍ଲା କରେନା ଯୋଦ୍ଧାଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିଲ୍ଲାରେ କରୋନ ନିୟନ୍ତ୍ରଣ ହେବାରେ ଦେଖିବାକୁ ମିଳିଛି।
Follow Us