ମହିଳା ଫାଇନାନ୍ସ କର୍ମଚାରୀଙ୍କ ଠାରୁ ବନ୍ଧୁକ ଦେଖାଇ ୫୦ ହଜାର ଟଙ୍କା ଲୁଟ୍‌ ଅଭିଯୋଗ

Advertisment
ମହିଳା ଫାଇନାନ୍ସ କର୍ମଚାରୀଙ୍କ ଠାରୁ ବନ୍ଧୁକ ଦେଖାଇ ୫୦ ହଜାର ଟଙ୍କା ଲୁଟ୍‌ ଅଭିଯୋଗ

ସୋର: ମହିଳା ଫାଇନାନ୍ସ କର୍ମଚାରୀଙ୍କ ଠାରୁ ବନ୍ଧୁକ ଦେଖାଇ ୫୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ସୋର ନିକଟ ଜାତୀୟ ରାଜପଥ ଦହିସଡ଼ା ଛକ ନିକଟରେ ଆଜି ଦିନ ୨ଟାରେ ଏହି ଘଟଣା ଘଟିଛି। ଅଭିଯୋଗ ଅନୁସାରେ ଲୁଟର ଶିକାର ହୋଇଛନ୍ତି ଫାଇନାନ୍ସ କମ୍ପାନିର ମାନସୀ ଦାସ ଓ ପ୍ରିୟଙ୍କା ସାମଲ।

ସୂଚନା ଅନୁସାରେ ଭୁବନେଶ୍ୱରସ୍ଥିତ ଏକ ମାଇକ୍ରୋ ଫାଇନାନ୍ସ କମ୍ପାନିର କର୍ମଚାରୀ ମାନସୀ ସାହୁ ଓ ପ୍ରିୟଙ୍କା ସାମଲ ଆଜି ଅପରାହ୍ନରେ ଟଙ୍କା ଆଦାୟ କରି ସୋରକୁ ଫେରୁଥିଲେ। ଏହି ସମୟରେ ଦହିସଡ଼ା ଛକ ନିକଟରେ ୪ ଜଣ ଦୁର୍ବୃତ୍ତ ୨ଟି ପଲସର ବାଇକ୍‌ରେ ପହଞ୍ଚି ଥିଲେ। ଦୁର୍ବୃତ୍ତମାନେ ମୁହଁରେ କଳାକନା ବାନ୍ଧିଥିଲେ। ଦୁର୍ବୃତ୍ତମାନେ ମହିଳା କର୍ମଚାରୀ ଦ୍ୱୟଙ୍କୁ ବନ୍ଧୁକ ଦେଖାଇ ସେମାନଙ୍କଠାରୁ ଟଙ୍କା ଲୁଟି ନେଇଥିଲେ। ସୋର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି।

ଉଲ୍ଲେଖଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ବାରମ୍ବାର ଲୁଟ ଜନିତ ଘଟଣା ଘଟୁଛି। ବିଶେଷ କରି ବାଲେଶ୍ୱର, ଖଇରା, ସିମୁଳିଆ, ସୋର ଓ ରେମୁଣା ଅଞ୍ଚଳରେ ଲୁଟେରାମାନେ ଫାଇନାନ୍ସ କମ୍ପାନିର କର୍ମଚାରୀଙ୍କୁ ଟାର୍ଗେଟ କରୁଛନ୍ତି। ଫାଇନାନ୍ସ କର୍ମଚାରୀମାନେ ଯେତେବେଳେ ଟଙ୍କା ଆଦାୟ କରି ଫେରୁଛନ୍ତି, ତାଙ୍କୁ ଟାର୍ଗେଟ କରି ଜନଶୂନ୍ୟ ସ୍ଥାନରେ ଦୁର୍ବୃତ୍ତମାନେ ସେମାନଙ୍କୁ ଅପେକ୍ଷା କରି ରହୁଛନ୍ତି। ଲୁଟ ପୂର୍ବରୁ ଲୁଟେରାମାନେ ଫାଇନାନ୍ସ କର୍ମଚାରୀଙ୍କ ଉପରେ ସମସ୍ତ ତଥ୍ୟ ରଖୁଛନ୍ତି। ବିଗତ ଏକ ବର୍ଷରେ ୩ରୁ ୪ ଥର ଦହିସଡ଼ା ଛକ ନିକଟରେ ଲୁଟ୍‌ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe