୬୦ ହଜାର ଲୁଟିନେ‌ଲେ ସାଇବର ‌ଲୁଟେରା

ସାଇବର୍‌ ଅପରାଧ ମୁକାବିଲା: ୬ ରାଜ୍ୟ ମଧ୍ୟରେ ହେବ ସୂଚନା ଆଦାନପ୍ରଦାନ

The Pawprint

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳର ଜଣେ ବ୍ୟକ୍ତି ସାଇବର ଲୁଟେରାଙ୍କ ଦ୍ବାରା ଲୁଟ୍‌ର ଶିକାର ହୋଇଛନ୍ତି। ଲୁଟେରାମାନେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୬୦ହଜାର ଟଙ୍କା ପୋଛି ନେଇଛନ୍ତି। ଏନେଇ ସମ୍ପୃକ୍ତ ବ୍ୟକ୍ତି ପାଟଣା ଥାନାରେ ଅଭିଯୋଗ କରିଛନ୍ତି। ଲୁଟେରା ଜଣକ ଫୋନ୍‌ କରି ଫୋନ୍‌ପେ ଏନିଡେସ୍କ କଲ୍‌ସେଣ୍ଟରରୁ କହୁଥିବା ପରିଚୟ ଦେଇଥିଲା। ମୋବାଇଲ ଓ ଟିଭି ରିଚାର୍ଜ ସୁବିଧା ପାଇବାକୁ ଏକ ନିର୍ଦ୍ଦିଷ୍ଟ ଆପ୍‌ ଡାଉନଲୋଡ୍‌ କରିବାକୁ ପରାମର୍ଶ ଦେଇଥିଲା। ସମ୍ପୃକ୍ତ ବ୍ୟକ୍ତି ଉକ୍ତ ଆପ୍‌କୁ ନିଜ ମୋବାଇଲରେ ଡାଉନଲୋଡ୍‌ କରିବା ମାତ୍ରେ ତାଙ୍କ ଆକାଉଣ୍ଟରୁ ୬୦ ହଜାର ଟଙ୍କା ଗାଏବ ହୋଇଯାଇଥିଲା। ଘଟଣା ସମ୍ପର୍କରେ ପାଟଣା ଥାନାରେ ଅଭିଯୋଗ ହେବା ପରେ ପୁଲିସ କେସ୍‌ ନମ୍ବର ୨୭/୨୦୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe