ଚାକିରି ଦେବା ନାଁରେ ପୁଣି ଠକେଇ ଅଭିଯୋଗ, ଡାଟାଏଣ୍ଟ୍ରି ଅପରେଟର ପଦ ପାଇଁ ୮୦ ହଜାର ଟଙ୍କା ନେଲେ 

Advertisment
ଧୂର୍ତ୍ତ କାକାଙ୍କ କଳା କାରନାମା: ସରକାରୀ ଚାକିରି ଲୋଭ ଦେଖାଇ ଲୁଟ

sentinelassam.com

ନୂଆପଡ଼ା: ଚାକିରି ଦେବା ନାଁରେ ନୂଆପଡ଼ା ଜିଲ୍ଲାରେ ପୁଣିଥରେ ଠକେଇ ହୋଇଛି। ଏଥର ଜିଲ୍ଲାପାଳଙ୍କ ଅଫିସରେ ଡାଟାଏଣ୍ଟ୍ରି ଅପରେଟ ପଦରେ ନିଯୁକ୍ତି ଦେବା ନାଁରେ ଦୁଇଜଣ ଯୁବକଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

ବରଗଡ଼ ଜିଲ୍ଲା ପାଇକମାଲ ଥାନା ମାଣ୍ଡୋସିଲ ଗାଁର ଭୂପେନ୍ଦ୍ର ବରିହା ଓ ହରିହର ସାଗରଙ୍କ ଅଭିଯୋଗ ଅନୁସାରେ, କୋମନା ଥାନା ଟିକିରାପଡ଼ା ଗାଁର ତୁଳସୀରାମ ଭୋଇ ମାଣ୍ଡୋସିଲ ଗ୍ରାମର ସନ୍ତୋଷ ମହାନନ୍ଦଙ୍କ ଜରିଆରେ ସେମାନଙ୍କ ସହ ଯୋଗାଯୋଗ କରିଥିଲେ। ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡାଟାଏଣ୍ଟ୍ରି ଅପରେଟର ପଦରେ ନିଯୁକ୍ତି ଦେବାର ଲୋଭ ଦେଖାଇ ଗତ ଅଗଷ୍ଟ ମାସରେ ଭୂପେନ୍ଦ୍ର ଓ ହରିହରଙ୍କଠାରୁ ସମସ୍ତ ପ୍ରକାର ଡକ୍ୟୁମେଣ୍ଟ ସହ ୮୦ ହଜାର ଟଙ୍କା ନେଇଥିଲେ। ଗତ ୧୫ ତାରିଖ ଦିନ ଚାକିରିରେ ଯୋଗ ଦେବା ପାଇଁ ଏକ ନକଲି ଚିଠି ଦୁଇ ଯୁବକଙ୍କ ନିକଟକୁ ତୁଳସୀରାମ ପଠାଇଥିଲେ। ଯୁବକଦ୍ବୟ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ତୁଳସୀରାମଙ୍କୁ ଫୋନରେ ଯୋଗାଯୋଗ କରିଥିଲେ। ହେଲେ କୌଣସି ଉତ୍ତର ପାଇ ନଥିଲେ। ପରେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ସେଠାରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ ପଚାରିବାରୁ ସେଦୁହେଁ ଠକାମୀର ଶିକାର ହୋଇଥିବା ଜାଣିପାରିଥିଲେ। ପରେ ତୁଳସୀରାମଙ୍କୁ ଯୋଗାଯୋଗ କରିବାରୁ ଗତ ୧୭ ତାରିଖ ଦିନ ଟଙ୍କ ଫେରସ୍ତ ଦେବେ ବୋଲି ସେ କହିଥିଲେ। ହେଲେ ଆଜିସୁଦ୍ଧା ଟଙ୍କା ଫେରସ୍ତ ପାଇ ନଥିବାରୁ ଯୁବକ ଦ୍ବୟ ନୂଆପଡ଼ା ଥାନାକୁ ଆସି ଅଭିଯୋଗ କରିଥିଲେ। ହେଲେ ନୂଆପଡ଼ା ପୁଲିସ ପାଇକମାଲ ଥାନାରେ କେସ କରିବାକୁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe