www.jagran.com
ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ଅଂଚଳରେ ଜନୈକ ବ୍ୟକ୍ତିଙ୍କ ବାଇକ୍ର ଡିକି ଭାଂଗି ଦୁର୍ବୃତ୍ତମାନେ ୮୬ ହଜାର ନେଇଯାଇଥିବା ଥାନାରେ ଅଭିଯୋଗ ହୋଇଛି। ବୁଧବାର ବୁଡେନ ଥାନା ଅଧିନସ୍ଥ ବାନ୍ଦୁପାଲି ଗ୍ରାମର ଜନକ ସାହୁ ସ୍ଥାନୀୟ ସମ୍ବଲପୁର କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରୁ ୮୬ ହଜାର ଟଙ୍କା ଉଠାଇଥିଲେ। ଉକ୍ତ ଟଙ୍କାକୁ ଡିକିରେ ରଖି ନେହେରୁ ଗଳି ରାସ୍ତାରେ ବାଇକ୍କୁ ରଖିଥିଲେ। କୌଣସି କାମରେ ନିକଟସ୍ଥ କପଡ଼ା ଦୋକାନ ଆଡ଼କୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଡିକିରୁ ଟଙ୍କା ଧରି ଫେରାର ମାରିଥିଲେ। ଏନେଇ ଶ୍ରୀ ସାହୁ ପଦ୍ମପୁର ଥାନାରେ ଅଭିଯୋଗ କଲା ପରେ ପୁଲିସ୍ କେସ୍ ନଂ ୩୦୦/୨୦ ଧାରା ୩୭୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
Follow Us