ଜୟପୁରରେ ‌ସଂକ୍ରମଣ ଭୟ; ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ସଚେତନତା

ଜୟପୁରରେ ‌ସଂକ୍ରମଣ ଭୟ; ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ସଚେତନତା

Sambad

ଜୟପୁର: ଅନ୍ୟ ରାଜ୍ୟଗୁଡ଼ିକରେ ୨ୟ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ ବୃଦ୍ଦି ପାଇଛି। ଏହି କ୍ରମରେ ଆଜି କୋରାପୁଟ ଜିଲ୍ଲାରେ ୧୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜୟପୁର ଉପଖଣ୍ଡ କାରାଗାରର ୩ଜଣ ଚିହ୍ନଟ ହୋଇଛନ୍ତି। ଆଗାମୀ ଦିନରେ ହେବାକୁ ଥିବା ଦୋଳ, ହୋଲି ଆଦି ପାଳନ ନ କରିବାକୁ ଜିଲ୍ଲାପ୍ରଶାସନ କଟକଣା ଜାରୀ କରିଛନ୍ତି। ଏଣିକି ମାସ୍କ ନ ପିନ୍ଧିଲେ ୫୦୦ଟଙ୍କା ଜୋରିମାନା, ‌ସାମାଜିକ ଦୂରତା ଓ କୋଭିଡ୍ ମାର୍ଗଦର୍ଶିକା ପାଳନ ନ କଲେ ଜୋରିମାନା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ମାଇକ ଯୋଗେ ପ୍ରଚାର କରାଯାଇଛି।

ତହସିଲଦାର ଟୁଲିଆମ୍ମା ପ୍ରଧାନ, ଜୟପୁର ଟାଉନଥାନା ଆଇଆଇସି ବାଲେଶ୍ବର ଗିଦ୍ଧି ଓ ପୌରପାଳିକା ପକ୍ଷରୁ ଗୋଟିଏ ଲେଖାଏଁ ତିନୋଟି ଦଳ କରି ଆଜି ସମଗ୍ର ସହରରେ ସଚେତନତା ସୃଷ୍ଟି କରାଯାଇଛି। ପୁଲିସର ସାଇରନ ବଜାଇ ନିଜେ ଥାନା ଅଧିକାରୀ ଏ ନେଇ ଚେତାବନୀ ଦେଉଥିବା ଦେଖିବାକୁ ମିଳିଥିଲା। ଏଣିକି କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ ଓ ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe