ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ, ଟୋକନ ଦେଇ କିଣାଯାଉନି

Advertisment
ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ, ଟୋକନ ଦେଇ କିଣାଯାଉନି

ଘଟଗାଁ/ଢେଙ୍କିକୋଟ: ଘଟଗାଁ ବ୍ଲକର ଢେଙ୍କିକୋଟ ଲ୍ୟାମ୍ପସରେ ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଚାଷୀଙ୍କୁ ଟୋକନ ଦେଇ ମଧ୍ୟ ନିର୍ଦ୍ଧାରିତ ତାରିଖରେ ଧାନ କିଣାଯାଉ ନାହିଁ। ଚାଷୀ ବାରମ୍ବାର ସମିତିକୁ ଦୌଡି ହଇରାଣ ହେଉଛନ୍ତି। ତଥାପି ଧାନ କିଣା ସଂପର୍କରେ ସେମାନଙ୍କୁ ସ୍ପଷ୍ଟ ସୂଚନା ଦିଆଯାଉନାହିଁ।

ଅନ୍ୟପଟେ ବେପାରୀଙ୍କ ଗାଡିରେ ଟ୍ରିପ ଟ୍ରିପ ଧାନ ଚାଲାଣ ହେଉଛି। ଚାଷୀଙ୍କ ଅଭିଯୋଗ ଯେ ଛଦ୍ମଚାଷୀଙ୍କ ନାମରେ ବେପାରୀଙ୍କଠାରୁ ଲ୍ୟାମ୍ପସ କର୍ମଚାରୀ ଧାନ କିଣି ଦୁଇଆଡୁ ଲାଭ ଉଠାଉଛନ୍ତି। ଏଭଳି ଅଭିଯୋଗ ହେବା ପରେ ଆଜି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଏକ ପ୍ରତିନିଧି ଦଳ ଲ୍ୟାମ୍ପସ ସଂପାଦକ ଅକ୍ଷୟ ମହାନ୍ତଙ୍କୁ ଭେଟି ଅସନ୍ତୋଷ ଜଣାଇବା ସହ ଚାଷୀଙ୍କ ଧାନ କିଣିବାକୁ ଦାବି ଜଣାଇଛନ୍ତି।

ବିଜେପି ପକ୍ଷରୁ ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା ଉପସଭାପତି ମହେଶ୍ୱର ସାହୁ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ବୀରାଜ କୁଅଁର, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ସୁମତି ଜେନା, ଜିଲ୍ଲା ଉପସଭାପତି ଅଖିଳ ପାତ୍ର ଓ ଢେଙ୍କିକୋଟ ମଣ୍ଡଳ ସଭାପତି ଜିତେନ୍ଦ୍ର ପଲେଇଙ୍କ ସମେତ ବହୁ ଚାଷୀ ଉପସ୍ଥିତ ରହି ଦାବିପତ୍ର ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe