ଏଫ୍‌ଏମ୍‌ୟୁ ପକ୍ଷରୁ ଗ୍ରାମୀଣ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ

Advertisment
ଏଫ୍‌ଏମ୍‌ୟୁ ପକ୍ଷରୁ ଗ୍ରାମୀଣ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ

ନୀଳଗିରି: ଗାଁ’ର ଖେଳାଳିଙ୍କୁ ପରିଚୟ ଦେବା ପାଇଁ ଫକୀରମୋହନ ବିଶ୍ବବିଦ୍ୟାଳୟ (ଏଫ୍‌ଏମ୍‌ୟୁ) ପକ୍ଷରୁ ଆଜି କ୍ୟାମ୍ପସ୍‌ରେ ଦୁଇଦିନିଆ ଗ୍ରାମୀଣ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ, କୁଳସଚିବ କୁକୁମିନା ଦାସ, ବିଶ୍ବବିଦ୍ୟାଳୟ କ୍ରୀଡ଼ା ପରିଷଦର ଉପସଭାପତି ଡ.ଭାସ୍କର ବେହେରା ଯୋଗ ଦେଇଥିଲେ। କ୍ରୀଡ଼ା ଅଧିକାରୀ ସଂଗ୍ରାମ କେଶରୀ ବିଶୋଇ ସଭା ପରିଚାଳନା କରିଥିଲେ।

ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବିଶ୍ବବିଦ୍ୟାଳୟ ଆଖପାଖ ଚତ୍ରିଖୁଣ୍ଟା, ଗଉରପୁର, ସିରେଇପୁର, ମଖାପଦା, ଗୋବର୍ଦ୍ଧନପୁର, ଗୋପାଳପୁର, ଫୁଲକିଆରି, ଚର୍ନାପାଳ ପ୍ରଭୃତି ୮ଟି ଗ୍ରାମର ଦଳଗୁଡ଼ିକ ଅଂଶଗ୍ରହଣ କରିଛନ୍ତି। ପ୍ରଥମ ଦିନରେ ଚାରୋଟି ମ୍ୟାଚ୍‌ ଖେଳାଯାଇଥିଲା। ଯେଉଁଥିରେ ଫୁଲକିଆରି, ଚତ୍ରିଖୁଣ୍ଟା, ମଖାପଦା, ଚର୍ନାପାଳ ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସଞ୍ଜୀବ ଭଟ୍ଟଚାର୍ଯ୍ୟ, ସୀତା ମାରାଣ୍ଡି, ଶ୍ରୀଧର ସିଂ, ପିକେ ଦାସ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ଆସନ୍ତାକାଲି ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ୍ ଓ ଫାଇନାଲ୍‌ ମ୍ୟାଚ୍ ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe