Sambad
ଓଡ଼ାପଡ଼ା: ଚଳିତ ମାଟ୍ରିକ ପରୀକ୍ଷାରେ ଟପ୍ପର ହୋଇଛନ୍ତି ଏସ୍ ରାମେଶ୍ଵରୀ ନନ୍ଦ। ଚଳିତବର୍ଷ ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ଫଳରେ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଧଳପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଏସ୍ ରାମେଶ୍ଵରୀ ନନ୍ଦ ଶତକଡା ୯୭ ଭାଗରୁ ଅଧିକ ନମ୍ବର ରଖି ଢେଙ୍କାନାଳ ଜିଲ୍ଲାରେ ଟପ୍ପର ହୋଇଥିବା ଜଣାପଡିଛି। ରାମେଶ୍ଵରୀ ଧଳପୁର ଗ୍ରାମର ମୃତ୍ୟୁଞ୍ଜୟ ନନ୍ଦ ଓ ଝୁନୀ ଦାସଙ୍କ କନ୍ୟା ଅଟନ୍ତି।
ରାମେଶ୍ଵରୀ ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହୋଇ ଜନସାଧାରଣଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ଏହି ସଫଳତା ପାଇଁ ସେ ତାଙ୍କ ପିତା, ମାତା ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶ୍ରେୟ ଦେଇଛନ୍ତି।
Follow Us