ନବମ ଛାତ୍ରଛାତ୍ରୀଙ୍କ ଏସ୍‌ଏ-୨ ପରୀକ୍ଷା ଫେବ୍ରୁଆରି ୨୦ରୁ

Advertisment
ପିଲାଙ୍କ ଉପରୁ କମିବ ପରୀକ୍ଷା ଚାପ: ୯ମରୁ ଦ୍ବାଦଶ ମଧ୍ୟରେ ୮ ପରୀକ୍ଷା

Education Bytes

କଟକ : ଓଡ଼ିଆ ମାଧ୍ୟମ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସମ୍ମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ଫେବ୍ରୁଆରି ୨୦ ତାରିଖରୁ ଆରମ୍ଭ ହୋଇ ଫେବ୍ରୁଆରି ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏ ସଂକ୍ରାନ୍ତରେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ କାର୍ଯ୍ୟସୂଚୀ ଜାରି କରାଯାଇଛି।

ସୂଚନା ଅନୁସାରେ, ଏସ୍‌ଏ-୧ ପାଇଁ ଫର୍ମ ପୂରଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇପାରିବେ। ଏଥିପାଇଁ ଅଲଗା ଫର୍ମପୂରଣର ଆବଶ୍ୟକତା ନାହିଁ। ଏହି ପରୀକ୍ଷା ଛାତ୍ରଛାତ୍ରୀମାନେ ନିଜନିଜ ସ୍କୁଲରେ ଦେବେ। କାର୍ଯ୍ୟସୂଚୀ ଅନୁଯାୟୀ ଫେବ୍ରୁଆରି ୨୦ ତାରିଖରେ ଦିନ ୧୦ଟାରୁ ୧୨ଟା ଯାଏ ଦ୍ବିତୀୟ ଭାଷା, ୨୧ ତାରିଖରେ ପ୍ରଥମ ଭାଷା, ୨୨ ତାରିଖରେ ତୃତୀୟ ଭାଷା ପରୀକ୍ଷା ରହିଛି। ୨୩ ତାରିଖରେ ଦିନ ୧୦ଟାରୁ ୧୨ଟା ୧୫ ଯାଏ ଗଣିତ ପରୀକ୍ଷା ରହିଛି। ୨୪ ତାରିଖରେ ଦିନ ୧୦ଟାରୁ ୧୨ଟା ଯାଏ ବିଜ୍ଞାନ ଓ ୨୫ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ରହିଛି। ୨୬ ତାରିଖ ରବିବାର ଦିନ ଟିଏଲଭି ଓ ଭୋକେସନାଲ୍ ପ୍ରାକ୍ଟିକାଲ୍ ପରୀକ୍ଷା ରହିଛି। ଟିଏଲଭି ୬୦ ଓ ଭୋକେସନାଲ ଟ୍ରେଡ୍ ପ୍ରାକ୍ଟିକାଲ ୫୦ ନମ୍ବର ପରୀକ୍ଷା ନିଜ ସ୍କୁଲରେ କରାଯାଇ ସେଠାରେ ମୂଲ୍ୟାୟନ କରାଯିବ। ଅନ୍ୟପଟେ ଅନ୍ୟ ବିଷୟର ପରୀକ୍ଷା ଖାତା ଗୁଡିକର ମୂଲ୍ୟାୟନ ବି ଫେବ୍ରୁଆରି ୨୨ ତାରିଖରୁ ୨୮ ତାରିଖ ଯାଏ ନ୍ୟୁଟ୍ରାଲ୍ ସ୍କୁଲରେ ଅନୁଷ୍ଠିତ ହେବ। ମେଣ୍ଟର ସ୍କୁଲ ଜରିଆର ନମ୍ବର ମାର୍ଚ୍ଚ ୨ରୁ ୧୦ ତାରିଖ ମଧ୍ୟରେ ବୋର୍ଡର ସ୍ବତନ୍ତ୍ର ଲିଙ୍କ୍‌ରେ ଅପ୍‌ଲୋଡ୍ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe