ସମୁଦ୍ର ପଟୁ ବନ୍ଦରକୁ ପଶିଲେ ଆତଙ୍କବାଦୀ, ପ୍ରତିରୋଧ କଲେ ଯବାନ

Advertisment

ପାରାଦୀପରେ ମିଳିତ ସମରାଭ୍ୟାସ ‘ସାଗର କବଚ’,

ପାରାଦୀପରେ ମିଳିତ ସମରାଭ୍ୟାସ ‘ସାଗର କବଚ’,

ସମୁଦ୍ର ପଟୁ ବନ୍ଦରକୁ ପଶିଲେ ଆତଙ୍କବାଦୀ, ପ୍ରତିରୋଧ କଲେ ଯବାନ

Sambad

ଜଗତସିଂହପୁର: ପାରାଦୀପ ବନ୍ଦର ଭିତରକୁ ଆଜି ସମୁଦ୍ର ପଟୁ ପଶିଥିଲେ ଆତଙ୍କବାଦୀ। ଆଉ ସେମାନଙ୍କୁ ଜୋରଦାର ମୁକାବିଲା କରି ସେମାନଙ୍କ ଯୋଜନାକୁ ପଣ୍ଡ କରି ଦେଇଥିଲେ ଯବାନ। ଏହା ଥିଲା ସମରାଭ୍ୟାସ ‘ସାଗର କବଚ’ର ଦୃଶ୍ୟ। ନଭେମ୍ବର ୨୬ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରଠାରୁ ଏଭଳି ମିଳିତ ସମରାଭ୍ୟାସ ପ୍ରତ୍ୟେକ ବର୍ଷ ଗୁରୁତ୍ବପୂର୍ଣ୍ଣ ବନ୍ଦରାଞ୍ଚଳରେ ଅନୁଷ୍ଠିତ ହେଉଥିବା ବେଳେ ସେହି କାର୍ଯ୍ୟକ୍ରମ ଅନୁଯାୟୀ ପାରାଦୀପରେ ଆଜି ଦେଖିବାକୁ ମିଳିଥିବଲା ସମରାଭ୍ୟାସ 'ସାଗର କବଚ'। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବାହିନୀ ଏଥିରେ ସାମିଲ ହୋଇଛନ୍ତି।

ପାରାଦୀପରେ ଆରମ୍ଭ ହୋଇଥିବା ଏହି ସମରାଭ୍ୟାସରେ ଭାରତୀୟ ତଟରକ୍ଷୀ ବାହିନୀ, ଓଡ଼ିଶା ପୁଲିସ, ମତ୍ସ୍ୟ ବିଭାଗ, ଜଙ୍ଗଲ ବିଭାଗ, ନୌସେନା ଏଭଳି ମୋଟ ୧୩ଟି କେନ୍ଦ୍ରୀୟ ଓ ରାଜ୍ୟର ବିଭାଗ ଭାଗ ନେଇଛନ୍ତି। ସମୁଦ୍ର ଉପରେ ନିର୍ଭର କରି ବଞ୍ଚୁଥିବା ଓ ଦୈନଦିନ ଜୀବନରେ ସାମୁଦ୍ରିକ ପଥ ଉପରେ ନିର୍ଭରଶୀଳ ମତ୍ସ୍ୟଜୀବୀଙ୍କୁ ଏହି ସମରାଭ୍ୟାସ ମାଧ୍ୟମରେ ସଚେତନ କରାଯାଉଛି। ଏହି ସମରାଭ୍ୟାସରେ ଦୁଇଟି ଟିମ୍ ଗଠନ ହୋଇଥିବା ବେଳେ ଗୋଟିଏ ଟିମ୍ ଆତଙ୍କବାଦୀଙ୍କ ରୂପରେ ଜଳପଥରୁ ଆସି ସ୍ଥଳପଥରେ ଆକ୍ରମଣ ଯୋଜନା କରିଥିଲେ। ଅନ୍ୟ ଏକ ଟିମ୍ ତାହାର ପ୍ରତିରୋଧ କରିଥିଲେ। ଏହି ସମରାଭ୍ୟାସ ମାଧ୍ୟମରେ ବିଭିନ୍ନ ବାହିନୀ ନିଜର ପ୍ରସ୍ତୁତି ଓ ସାମରିକ କଳାକୌଶଳ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe