ବନ ବିଭାଗର ଚଢ଼ଉ, ଶାଗୁଆନ କାଠ ଜବତ

ବନ ବିଭାଗର ଚଢ଼ଉ, ଶାଗୁଆନ କାଠ ଜବତ

କବାଟବନ୍ଧ: ଧର୍ମଶାଳା ବ୍ଲକ୍‌ ରାଇଛନ୍ଦା ପଞ୍ଚାୟତ ବାରକଣା ଗ୍ରାମରୁ ଆଜି ବନ ବିଭାଗ ପକ୍ଷରୁ ୧୬ ଘନମିଟର ଶାଗୁଆନ ଓ ୨ ଘନମିଟର ଗହ୍ମାରୀ କାଠ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କା ହେବ ବୋଲି କୁହାଯାଇଛି। ସୂଚନା ମୁତାବକ, ବାରକଣା ଗ୍ରାମର ସୁଦର୍ଶନ ସାହୁ (ପାକୁଆ)ଙ୍କ ଘରେ କାଠ ଗଚ୍ଛିତ ଥିବା ଖବର ପାଇ ଆଜି ପୂର୍ବାହ୍ଣରେ ବନ ବିଭାଗ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ସୁଦର୍ଶନଙ୍କ ଘରୁ ୧୬ ଘନମିଟର ଶାଗୁଆନ ଓ ୨ ଘନମିଟର ଗହ୍ମାରୀ କାଠ ମିଳିଥିଲା। ବହୁଦିନ ହେଲା ସୁଦର୍ଶନ କାଠ ଘରକରଣା ସରଞ୍ଜାମ ତିଆରି କରୁଥିବା ବେଳେ ତାଙ୍କର କୌଣସି ଲାଇସେନ୍ସ ନଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।

ଅଭିଯୁକ୍ତ ନାଁରେ ଓଆର-୧୮ଡି-୨୩/୨୪ରେ ଏକ ମାମଲା ରୁଜୁ କରାଯାଇଛି। କଟକ ଡିଭିଜନ ଏସିଏଫ୍ ସୌଭାଗ୍ୟ ସାହୁଙ୍କ ନେତୃତ୍ବରେ ଜଗତସିଂହପୁର ରେଞ୍ଜର ରବିନାରାୟଣ ମହାନ୍ତି, ଯାଜପୁରରୋଡ ରେଞ୍ଜର ଜ୍ୟୋତିରଂଜନ ମହାପାତ୍ର, ଟମକା ରେଞ୍ଜର ଶଶିକାନ୍ତ ବେହେରା, ଫରେଷ୍ଟର ମାଣିକ ମୁଣ୍ତା, ଲକ୍ଷ୍ମୀଧର ନାୟକ, ପୀତବାସ ମହାପାତ୍ର, ଗାର୍ଡ ମନୋରମା ମହାନ୍ତ, ସ୍କ୍ବାଡ୍‌ ସେକ୍‌ ଜାଭିର, ସମ୍ବିତ ରାଉତ ପ୍ରମୁଖ ଚଢ଼ଉରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe