ସହିଦଙ୍କ ସ୍ମୃତି ରକ୍ଷାରେ ଜିଲ୍ଲା ପୁଲିସ: ସହିଦ ଡେଭିଡ କେର୍କେଟା ପାଠାଗାର ଉଦ୍‌ଘାଟିତ

‘ବତ୍କୃତା’ରେ ସୁନ୍ଦରଗଡ଼ ପବ୍ଲିକ ସ୍କୁଲର ନନ୍ଦିନୀ ବିଜେତା

ସହିଦଙ୍କ ସ୍ମୃତି ରକ୍ଷାରେ ଜିଲ୍ଲା ପୁଲିସ: ସହିଦ ଡେଭିଡ କେର୍କେଟା ପାଠାଗାର ଉଦ୍‌ଘାଟିତ

ସୁନ୍ଦରଗଡ଼: ଜିଲ୍ଲା ପୁଲିସ ପକ୍ଷରୁ ସହିଦ ପୁଲିସ କର୍ମଚାରୀଙ୍କ ସ୍ମୃତିରକ୍ଷା ଓ ସମ୍ମାନ ଉଦ୍ଦେଶ୍ୟରେ ଅଭିନବ ପଦକ୍ଷେପ ସବୁ ଗ୍ରହଣ କରାଯାଇଛି। ସହିଦଙ୍କ ଘରକୁ ଯାଇ ପରିବାରକୁ ଭେଟିବା, ସହିଦ ପୁଲିସ କର୍ମଚାରୀ ପିଥିବା ସ୍କୁଲ ପରିସରରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ସ୍ମୃତି ଉଜ୍ଜୀବିତ ରଖିବାକୁ ଚେଷ୍ଟା କରାଯାଇଛି। ଏହିକ୍ରମରେ ଆଜି ସ୍ଥାନୀୟ ପୁଲିସ ବାରାକରେ ସହିଦ ଡେଭିଡ କେର୍କେଟାଙ୍କ ନାମରେ ଏକ ପାଠାଗାର ଉଦ୍‌ଘାଟିତ ହୋଇଯାଇଛି।

ମୁଖ୍ୟଅତିଥି ଭାବେ ସୁନ୍ଦରଗଡ଼ ଏସପି ସାଗରିକା ନାଥ ଯୋଗ ଦେଇ ପାଠାଗାର ଉଦ୍‌ଘାଟନ କରିବା ସହ ଅକ୍ଟୋବର ୨୩ରେ ଅନ୍‌ଲାଇନରେ ଅନୁଷ୍ଠିତ ସ୍କୁଲ ଛାତ୍ରଛାତ୍ରୀଙ୍କ ବତ୍କୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ‘ମହାମାରୀ ସମୟରେ ପୁଲିସ ନିୟନ୍ତ୍ରଣ’ ଶୀର୍ଷକ ଏହି ପ୍ରତିଯୋଗିତାରେ ସୁନ୍ଦରଗଡ଼ ଜିଲ୍ଲା ସମେତ ଓଡ଼ିଶାର ବିଭିନ୍ନଅଞ୍ଚଳରୁ ଦେଶହ ପ୍ରତିଯୋଗୀ ବତ୍କୃତା ଭାଗ ନେଇଥିଲେ। ଏଥିରେ ବିଜେତା ହୋଇଥିଲେ ସୁନ୍ଦରଗଡ଼ ପବ୍ଲିକ ସ୍କୁଲର ଛାତ୍ରୀ ନନ୍ଦିନୀ କପରଦାର, ପ୍ରଥମ ଉପବିଜେତା ସେଣ୍ଟ ଟେରେସା ଇଂରାଜୀ ମାଧ୍ୟମ ସ୍କୁଲର ଛାତ୍ରୀ ସୀମ୍ରନ ପ୍ରଧାନ, ଦ୍ଵିତୀୟ ଯୁଗ୍ମ ଉପବିଜେତା ହୋଇଥିଲେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଆୟୂଷ ପଟେଲ ଓ ସେଣ୍ଟ ଟେରେସା ଇଂରାଜୀ ମାଧ୍ୟମ ସ୍କୁଲର ଛାତ୍ରୀ ଅନୁଷ୍କା ପ୍ରଧାନ। ଏହା ବ୍ୟତୀତ ସାନ୍ତ୍ୱନାମୂଳକ ପୁରସ୍କାର ପାଇବାକୁ ଯୋଗ୍ୟ ହୋଇଥିଲେ ଡିଏଭି ପବ୍ଲିକ ସ୍କୁଲ ଗୋପାଳପୁରର ଶ୍ରେୟାଲ ପଣ୍ଡା, ଡାଲମିଆ ବିଦ୍ୟାମନ୍ଦିର ରାଜଗାଙ୍ଗପୁରର ଦିଶା ଅଗ୍ରୱାଲ ଓ ବନ୍ଧବାହାଲ ସରକାରୀ ହାଇସ୍କୁଲର ରୋଶନୀ ସାହୁ।

publive-image

ସମସ୍ତଙ୍କୁ କୃତି ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଆୟୋଜିତ ଉତ୍ସବରେ ଏଏସପି ରବିନାରାୟଣ ବାରିକ, ଉପଖଣ୍ଡ ପୁଲିସ ଅଧିକାରୀ ମଧୁସିକ୍ତା ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ପରେ ସମସ୍ତ ସହିଦ ପୁଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe