ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ଅମ୍ବିକାଙ୍କ ଶେଷକୃତ୍ୟ ସମ୍ପନ୍ନ

Advertisment
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ଅମ୍ବିକାଙ୍କ ଶେଷକୃତ୍ୟ ସମ୍ପନ୍ନ

Sambad

ଭଞ୍ଜନଗର: ଭାରତୀୟ ସେନା ବାହିନୀରେ ସିପାହି ଭାବେ କାର୍ଯ୍ୟରତ ଭଞ୍ଜନଗର ବ୍ଳକ ଗୁଣ୍ଡୁରିବାଡି ପଞ୍ଚାୟତ ଗୋହିରିବାଡି ଗ୍ରାମର ସ୍ବର୍ଗତ ରାଧା ମୋହନ ପ୍ରଧାନଙ୍କ ପୁଅ ଅମ୍ବିକା କୁମାର ପ୍ରଧାନ ଗତ ଗୁରୁବାର ଦିନ ଡ୍ୟୁଟିରେ ଥିବା ସମୟରେ ସହିଦ ହୋଇଛନ୍ତି। ସେଠାରେ ସେନାର ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ସମ୍ପାଦନା ପରେ ଆଜି ତାଙ୍କର ମୃତଦେହ ଭଞ୍ଜନଗର ଠାରେ ପହଞ୍ଚିଛି। ପରିବାର ଲୋକ ବର୍ତ୍ତମାନ ସହର ଉପକଣ୍ଠ ଲଣ୍ଡେଇ ସାହିରେ ରହୁଥିବାରୁ ପ୍ରଥମେ ପରିବାର ଲୋକଙ୍କ ନିକଟକୁ ନିଆଯାଇଥିଲା। ଏହାପରେ କରି ଏକ ବିରାଟ ଶୋଭାଯାତ୍ରାରେ ବୀର ଯବାନ ଅମର ରହେ‌ ସ୍ଳୋଗାନରେ ଶବଧାରା ବେଲେଶ୍ବର ଶ୍ମଶାନ ଘାଟ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଥାନା ଅଧିକାରୀ ଧୀରେଶ କୁମାର ଦାସ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏଥିସହ ଜିଲ୍ଲା ପୁଲିସ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରିବା ପରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା।

ଉତ୍ତାରଖଣ୍ଡ ରାଜ୍ୟର ଚମ୍ପାୱତ ଜିଲ୍ଲାର ‘ଜେନେରାଲ ରିଜର୍ଭ ଇଞ୍ଜିନିୟରିଂ ଫୋର୍ସ’ରେ ଅମ୍ବିକାଙ୍କ ପୋଷ୍ଟିଂ ହୋଇଥିଲା। ସେ ଏଥି ପୂର୍ବରୁ ମିଜୋରାମରେ କାର୍ଯ୍ୟ କରିଥିବା ବ‌େଳେ ବିଭିନ୍ନ ରାଜ୍ୟରେ ଦକ୍ଷତାର ସହ ନିଜର କାର୍ଯ୍ୟ ସମ୍ପାଦନା କରିଥିଲେ। ଗତ କିଛିଦିନ ଧରି ସେ ଚମ୍ପାୱତ୍‌ ଠାରେ ନିଜର କାର୍ଯ୍ୟ କରୁଥିବା ବେଳେ ହଠାତ ଗତକାଲି ମଧ୍ୟାହ୍ନ ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା। ଗତକାଲି ମଧ୍ୟାହ୍ନ ସମୟରେ ସେ ଖାଇବା ପ୍ରଦାନ କରୁଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତୁରନ୍ତ ତାଙ୍କୁ ଚମ୍ପାୱତ ଜିଲ୍ଲା ସ୍ବାସ୍ଥକେନ୍ଦ୍ରକୁ ନିଆଯାଇଥିଲା। ଡାକ୍ତର ସେଠାରେ ଅମ୍ବିକାକୁ ମୃତ ଘୋଷଣା କରିଥିଲେ।

publive-image Sambad

ସେଠାରେ ଶବ ବ୍ୟବଚ୍ଛେଦ ପରେ ଆଜି ରବିନ୍ଦ୍ରଙ୍କ ପାର୍ଥିବ ଶରୀର ନିଜ ଗ୍ରାମକୁ ଆସିଛି। ଦିଲ୍ଲୀକୁ ସେନା ଗାଡିରେ ଅଣାଯିବା ପରେ ଏକ ସ୍ବତନ୍ତ୍ର ବିମାନରେ ଆଜି ସକାଳ ସମୟରେ ଭୂବନେଶ୍ବରରେ ପହଞ୍ଚିଥିଲା। ସେଠାରୁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଯବାନ ମାନେ ଆଜି ଅପରାହ୍ନ ସମୟରେ ଅମ୍ବିକାଙ୍କ ଶରୀରକୁ ନେଇ ଭଞ୍ଜନଗର ଠାରେ ପହଞ୍ଚିଥିଲେ। ପୁଲିସ କର୍ମଚାରୀଙ୍କ ସମେତ ‘ବିପଦର ବନ୍ଧୁ’ ଅନୁଷ୍ଠାନର ସଦସ୍ୟଙ୍କ ସମେତ ଶତାଧିକ ଲୋକଙ୍କ ଉପସ୍ଥିତ ରହି ଅମ୍ବିକାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ଚତୁଃ ଦିଗରେ ଯବାନ ଅମର ରହେ, ଅମର ରହେ ଧ୍ବନିରେ କମ୍ପି ଉଠିଥିଲା। ତାଙ୍କ ପ‌ୈତୃକ ଗ୍ରାମ ଗୋହିରିବାଡିରେ ମଧ୍ୟ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଅମ୍ବିକାଙ୍କୁ ମିଶାଇ ତାଙ୍କର ୪ ଭାଇ ରହିଥିବା ଜଣାପଡିଛି। ସେ ଦୀର୍ଘ ୨୫ ବର୍ଷ ଧରି ସେନା ବାହିନୀରେ କାର୍ଯ୍ୟ କରୁଥିଲେ। ଗତ ମାସେ ପୂର୍ବରୁ ସେ ଛୁଟିରେ ଘରକୁ ଆସଥିଲେ। ପରିବାର ଲୋକଙ୍କ ସହ ହସଖୁସ‌ିରେ ଛୁଟି କଟାଇ ଗତମାସ ୨୭ ତାରିଖ ଦିନ ଚାକିରୀରେ ଯୋଗ ଦେବା ପାଇଁ ଫେରି ଯାଇଥିବା ପରିବାରବର୍ଗ ପ୍ରକାଶ କରିଛନ୍ତି। ତାଙ୍କର ଗୋଟିଏ ପୁଅ ଏବଂ ଝିଅ ରହିଥିବା ବେଳେ ତାଙ୍କର ଏଭଳି ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe