ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ସହିଦ ଦିବସ ପାଳନ

Advertisment
ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ସହିଦ ଦିବସ ପାଳନ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ସହିଦ ଦିବସ ପାଳିତ ହୋଇଯାଇଛି। ଏଥିରେ ସଂଗଠନର ସଭାପତି ଡଃ. ପ୍ରଫୁଲ୍ଲ କୁମାର ରଥ ସଭାପତିତ୍ବ କରିଥିବାବେଳେ ବରିଷ୍ଠ ଶିକ୍ଷକ କୃଷ୍ଣଚନ୍ଦ୍ର ପାଢ଼ୀ ମୁଖ୍ୟଅତିଥି ଓ ଭୂଷଣ କୁମାର ପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସମ୍ପାଦକ ସନ୍ତୋଷ ଷଡ଼ଙ୍ଗୀ ସ୍ବାଗତ ସମ୍ଭାଷଣ ଜଣେଇଥିଲେ। ସଭା ପ୍ରାରମ୍ଭରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପାଇଁ ଓ ସହିଦମାନଙ୍କ ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଧନୁ ପଧାନ, ଦୟାନିଧି ହୋତା ପ୍ରମୁଖ ଗାନ୍ଧିଜୀଙ୍କ ସମ୍ପର୍କରେ ସ୍ମୁତିଚାରଣ କରିଥିଲେ। ସଭାରେ ମୁଖ୍ୟବକ୍ତା ଶ୍ରୀ ପାତ୍ର ଗାନ୍ଧିଜୀଙ୍କ ସତ୍ୟାଗ୍ରହ ଓ ଅହିଂସା ଆନ୍ଦୋଳନ ସମ୍ପର୍କରେ ଆଲୋକପାତ କରିଥିଲେ।

ସଭାପତି ଡଃ. ରଥ ମହାତ୍ମା ଗାନ୍ଧୀ ଓ କାର୍ଲ ମାର୍କସଙ୍କ ଉପରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିବା ସହ ସୋନପୁର ଗଡ଼ଜାତରେ ପ୍ରଜା ଆନ୍ଦୋଳନ ସମୟରେ ଗୁରୁବାରି ମେହେର କିଭଳି ପ୍ରଥମେ ସହିଦ ହୋଇଥିଲେ ସେ ସମ୍ପର୍କରେ ଆଲୋଚନା କରିଥିଲେ। ସୋମିତ୍ରି ମେହେର, ବଳରାମ କାଣ୍ଡ, ଦିଲୀପ ତ୍ରିପାଠୀ, ଧ୍ରୁବଚରଣ କ୍ଷେତି, ପୁରନ୍ଦର ପାଢ଼ୀ, ଜୟଦେବ ସାହୁ, ଶିବନାରାୟଣ ପଣ୍ଡା ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ସଭାରେ ବରିଷ୍ଠ ସଦସ୍ୟ ହରିହର ପଣ୍ଡାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଥିଲା। ଶେଷରେ କୋଷାଧ୍ୟକ୍ଷ ଦୟାନିଧି ହୋତା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe