ସହିଦ ସପ୍ତାହର ପ୍ରଥମ ଦିନ: ଦୁର୍ଗମ ଗ୍ରାମରେ ସହିଦ ସ୍ତମ୍ଭ ନିର୍ମାଣ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ

Advertisment

ସରକାରୀ ବସ ଚଳାଚଳ ବନ୍ଦ,ଯାତ୍ରୀ ହନ୍ତସନ୍ତ

ସରକାରୀ ବସ ଚଳାଚଳ ବନ୍ଦ,ଯାତ୍ରୀ ହନ୍ତସନ୍ତ

ଘଂଚ ଜଙ୍ଗଲରେ ପୁଣି ଶକ୍ତି ପ୍ରଦର୍ଶନ କଲା ମାଓ ସଂଗଠନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ନକ୍ସଲ ସହିଦ ସପ୍ତାହ ପାଳନ ନେଇ ପୂର୍ବରୁ ବିଭିନ୍ନ ପୋଷ୍ଟର ଏବଂ ବ୍ୟାନର ତଥା ଅଡିଓ ଟେପ ମାଧ୍ୟମରେ ପ୍ରଚାର ପ୍ରସାର କରିବା ପରେ ଆଜି ସହିଦ ଦିବସର ପ୍ରଥମ ଦିନରେ ଦୁର୍ଗମ ଅଂଚଳରେ ଗ୍ରାମବାସୀଙ୍କୁ ନେଇ ନକ୍ସଲ ସହିଦ ଦିବସ ପାଳନର ଶୁଭାରମ୍ଭ କରିଥିଲେ। ଜିଲ୍ଲାର ସ୍ବାଭିମାନ ଅଂଚଳର ଆନ୍ଧ୍ରକୁ ଲାଗି ରହିଥିବା ଯନ୍ତ୍ରୀ ପଞ୍ଚାୟତର କୋଣ୍ଡାହାନଜରିରେ ସହିଦସ୍ତମ୍ଭ ନିର୍ମାଣ କରିବା ସହ ଗ୍ରାମବାସୀଙ୍କୁ ଏକତ୍ରୀତ କରିଥିବା ଖବର ମିଳିଛି।ସେହିପରି ରାଲଗେଡା ପଞ୍ଚାୟତରେ,ଧୂଳିପୁଟ ପଞ୍ଚାୟତ,ଅଣ୍ଡ୍ରାପାଲୀ ପଞ୍ଚାୟତରେ ମଧ୍ୟ ନକ୍ସଲ ସହିଦସ୍ତମ୍ଭ ନିର୍ମାଣ କରିବାରେ ସଫଳ ହୋଇଛନ୍ତି।ସେହିପରି ଛତିଶଗଡ ସୀମାରେ ରହିଥିବା ଗ୍ରାମଗୁଡିକରେ ମଧ୍ୟ ସହିଦ ଦିବସ ପାଳନ ନେଇ ନକ୍ସଲ ସଜବାଜ ହେଉଥିବା ସୂଚନା ମିଳିଛି।ସେହିପରି ମାଥିଲି ବ୍ଲକରେ ଦରଭା ଡିଭିଜନ ତରଫରୁ ଦର୍ଗମ ଦଣ୍ଡିପଦର,ତୁଳସୀ ପାହାଡରେ ମଧ୍ୟ ନକ୍ସଲ ଲୋକଙ୍କୁ ଏକତ୍ରୀତ କରୁଥିବା ଜଣାପଡିଛି।ସହିଦ ସପ୍ତାହରେ ଅଧିକାରୁ ଅଧିକା ଲୋକ ଏକତ୍ରିତ କରି ନିଜର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଲୋକଙ୍କୁ ସୂଚନା ଦେବା ସହ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବାଧ୍ୟ କରିଥାନ୍ତି। ଶତ୍ରୁଙ୍କୁ ପରାସ୍ତ କରିବା ପାଇଁ ନିଜର ଜୀବନ ଦେଇଥିବା ନକ୍ସଲ ନେତାମାନଙ୍କୁ ଏହି ଦିବସରେ ମନେ ପକାଯାଇଥାଏ। ନାଚଗୀତ ମାଧ୍ୟମରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଉଥାଏ।

ତେବେ ପୁଲିସ ମଧ୍ୟ ନକ୍ସଲଙ୍କ ଗତିବିଧି ଉପରେ ତୀକ୍ଷଣ ନଜର ରଖିଛି। ସ୍ବାଭିମାନ ଅଂଚଳ ଏବଂ ମାଥିଲି ଅଂଚଳରେ ବିଶେଷକରି ନକ୍ସଲଙ୍କ ପତିଆରା ରହିଥିବାରୁ ଏହି ଅଂଚଳରେ ଯେପରି ନକ୍ସଲ କୌଣସି ଅଘଟଣ ନଘଟାନ୍ତି ସେଥିପାଇଁ ଗୁଇନ୍ଦାକୁ ସଜାଗ ରହିବାକୁ କୁହାଯାଇଛି।ସୀମାକୁ ସିଲ କରାଯିବା ସହ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି।ଆଜି ପ୍ରଥମ ଦିନରେ ନକ୍ସଲ ସେଭଳି କିଛି ଅଘଟଣ ନଘଟାଇଥିଲେ ମଧ୍ୟ କ୍ୟାଡର ନକ୍ସଲମାନେ ନିଜ ନିଜ ଅଂଚଳରେ ଲୋକଙ୍କ ରୁଣ୍ଡ କରି ଏହି ସହିଦ ଦିବସ ପାଳନ କରୁଛନ୍ତି।ସହିଦ ସପ୍ତାହକୁ ଆଖିଆଗରେ ରଖି ସରକାରୀ ବସ ଚଳାଚଳ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଛି।ଯାହାଫଳରେ ଯାତ୍ରୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି।ତେବେ ହାଇଦ୍ରାବାଦ ଯାଉଥିବା ବସଗୁଡିକ ମଧ୍ୟ ଯିବ କି ନାହିଁ ତାହା ସ୍ପଷ୍ଟ କରିପାରୁ ନାହାନ୍ତି। ଗତ କିଛି ଦିନ ତଳେ ନକ୍ସଲ ଏକ ହାଇଦ୍ରାବାଦ ବସକୁ ନିଆଁ ଲଗାଇ ପୋଡି ଦେଇଥିଲେ।

publive-image

ଏହି ବସଗୁଡିକ ଆନ୍ଧ୍ର ଏବଂ ଛତିଶଗଡର ଜଂଗଲିଆ ରାସ୍ତା ଦେଇ ଯାଉଥିବାରୁ ନକ୍ସଲଙ୍କୁ ବସକୁ ଅଟକାଇ ଯାତ୍ରୀଙ୍କୁ ହଇରାଣ କରିବାର ବହୁ ନଜିର ରହିଛି।ବିଏସଏଫ ମଧ୍ୟ ଲଗାତାର ନକ୍ସଲଙ୍କ ଗତିବିଧି ଉପରେ ନଜର ରଖିଥିବା ଜଣାପଡିଛି।ସହିଦ ଦିବସରେ ନକ୍ସଲ ହିଂସାତ୍ମକ ହୋଇପଡନ୍ତି।ପଡୋଶୀ ଛତିଶଗଡର ସୁକମା ଜିଲ୍ଲାରେ ସହିଦ ସପ୍ତାହ ଆରମ୍ଭ ନହେଉଣୁ ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିସାରିଲେଣି।ଆଗକୁ ଆହୁରି ଭୟଙ୍କର ହେବେ ବୋଲି ଅନୁମାନ କରାଯାଉଛି।ତେଣୁ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି।କୌଣସି ଅଘଟଣକୁ ଏଡାଇବା ପାଇଁ ଗୁଇନ୍ଦାକୁ ସତର୍କ ରହିବାକୁ ସୂଚନା ଦିଆଯାଇଛି।ଗୁଇନ୍ଦା କର୍ମଚାରୀମାନେ ମଧ୍ୟ ଦୁର୍ଗମ ଅଂଚଳରେ ବୁଲି ନକ୍ସଲଙ୍କ ଗତିବିଧ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି।ତେବେ ଆଗକୁ ନକ୍ସଲ କି ରଣନୀତି ଆପଣଉଛନ୍ତି ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe