ସାହିତ୍ୟ କ୍ଷେତ୍ରରେ ନୂଆ ପିଢି ତିଆରି କରିବାକୁ ନିଆରା ପ୍ରୟାସ

Advertisment

ଭଞ୍ଜନଗର ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଶିଶୁଦିବସରେ ଶିଶୁ କବିତା ଆସର

ଭଞ୍ଜନଗର ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଶିଶୁଦିବସରେ ଶିଶୁ କବିତା ଆସର

ସାହିତ୍ୟ କ୍ଷେତ୍ରରେ ନୂଆ ପିଢି ତିଆରି କରିବାକୁ ନିଆରା ପ୍ରୟାସ

ଭଞ୍ଜନଗର: ମନର ଭାବନକୁ ମତବ୍ୟକ୍ତ କରିବା ପାଇଁ କବିତା ହେଉଛି ଉତ୍କୃଷ୍ଟ ମାଧ୍ୟମ। ସଂପ୍ରତି ସାହିତ୍ୟର ପରିଧି ସୀମିତ ହେବାକୁ ଲାଗିଥିବା ବେଳେ କୁନି କୁନି ପିଲାଙ୍କ ମନ ଭିତରେ ଥିବା ଭାବନାକୁ ଏକ ସୃଜନାତ୍ମକ ଦିଗରେ ପରିବର୍ତ୍ତନ କରିବା ସହ ଅର୍ନ୍ତନିହିତ କଳାଙ୍କୁ ପ୍ରକୃଷ୍ଟ ମଞ୍ଚ ଦେବା ନିମନ୍ତେ ଭଞ୍ଜନଗର ସମ୍ବାଦ ସାହିତ୍ୟ ଘର ପକ୍ଷରୁ ନିଆରା ପ୍ରୟାସ ଗ୍ରହଣ କରାଯାଇଥିଲା। ପବିତ୍ର ଶିଶୁ ଦିବସ ଅବସରରେ ବ୍ଳକରେ ଥିବା ୩୦ ଟି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଆଜି ସାଇଗୁରୁକୁଳ ଆବାସିକ ବିଦ୍ୟାଳୟ ପରିସରରେ ଏକ ଶିଶୁ କବିତା ଆସର ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାୟ ୪୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ସ୍ବରଚିତ କବିତାକୁ ଆବୃତ୍ତି କରିଥିବା ବେଳେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ସମସ୍ତଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ସଭାପତି କୃତ୍ତିବାସ ବିଶ୍ବାଳଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠି ଉନ୍ନୟନ ଅଧିକାରୀ ଶଶୀଭୂଷଣ ମହାପାତ୍ର, ବିଶିଷ୍ଟ ଅତିଥି ଭାବେ ତହସିଲଦାର ଅଚ୍ୟୁତାନନ୍ଦ ଜାନୀ, ଗୋଷ୍ଠି ଶିକ୍ଷା ଅଧିକାରୀ ଏସ୍.ଧନଞ୍ଜୟ ଯୋଗଦେଇ ମା ମାଟି ମାତୃଭାଷାକୁ ଯିଏ ଭଲ ପାଇ ପାରିବ ନାହିଁ ସେ ନିଜକୁ କେବେ ମଧ୍ୟ ସଫଳ ବ୍ୟକ୍ତି ଭାବେ ପରିଗଣିତ ହୋଇପାରିବ ନାହିଁ ବୋଲି କହିଥିଲେ। ଏଥିସହ ପିଲାଙ୍କ ମଧ୍ୟରେ ଲୁକାୟିତ ଭାବେ ଥିବା ସୃଜନଶୀଳ ପ୍ରତିଭାକୁ ପ୍ରଷ୍ପୁଟିତ କରିବା ଦିଗରେ ସାହିତ୍ୟ ଘରର ପ୍ରୟାଶକୁ ଭୂୟସୀ ପ୍ରଶଂସା କରିଥିଲେ।

publive-image

ଏଥିସହ ଅନେକ କବିତା ବେଶ ହୃଦୟସ୍ପର୍ଶି ହୋଇଥିବାବେଳେ ସାଂପ୍ରତିକ ପରିସ୍ଥିତିକୁ ନେଇ ଲେଖା ଯାଇଥିବା କବିତାକୁ ଅତିଥି ମାନେ ପ୍ରଶଂସା କରିଥିଲେ। ଏଥିସହ ସାହିତ୍ୟ ଜଗତର ଅନନ୍ୟ ସ୍ରଷ୍ଟା ମାନଙ୍କୁ ଅନୁଶରଣ କରିବାକୁ ଅତିଥି ମାନେ କୁନି କବି ମାନଙ୍କୁ ଆହ୍ବାନ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ କବିତା ଆସର ଅନୁଷ୍ଠିତ ହୋଇଥିବା ବେନଳେ ସମସ୍ତ କାର୍ଯ୍ୟକ୍ରମକୁ ସମ୍ପାଦକ ସନ୍ତୋଷ ଜେନା ପରିଚଳାନା କରିଥିଲେ। ଉପଦେଷ୍ଟା ମନୁନନ୍ଦ ପତି,ଶୂଳପାଣୀ ଶତପଥୀ,ଜଗବନ୍ଧୁ ଜେନା ମଞ୍ଚାସୀନ ରହିଥିବା ବେିଳେ ସହ ସମ୍ପାଦକ ଡ.ଗୁରୁମୂ୍ର୍ତ୍ତି ନାୟକ ଏବଂ ସଦସ୍ୟା ପ୍ରଭାତୀ ମଞ୍ଜରୀ ବେହେରା କବିତା ପାଠତ୍ସୋ‌ବକୁ ସଂଯୋଜନା କରିଥିଲେ। ଶେଷରେ ସଙ୍ଗଠନ ସମ୍ପାଦକ ବିଶ୍ବମ୍ବର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ସାହିତ୍ୟ ଘରର ସଦସ୍ୟ ପଞ୍ଚାନନ ପାଳ ଏନ୍ଏସି ସାଂସଦ ପ୍ରତିନିଧି ଏବଂ ନେତାଜୀ ବିଷୋୟୀ ଏବଂ ଶର୍ଙ୍କଷଣ ତ୍ରିପାଠୀ ଏବିଇଓ ଦାୟିତ୍ବ ନେଇଥିବାରୁ ସାହିତ୍ୟ ଘର ପକ୍ଷରୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାକୁ ସାଇଗୁରୁକୁଳ ଅଧ୍ୟକ୍ଷ ଅଜିତ କୁମାର ଶତପଥୀ,ସୁରେଶ ସ୍ବାଇଁ,କୋଷାଧ୍ୟକ୍ଷ ତ୍ରିନାଥ ବେହେରା,ନାରାୟଣ ମହାରଣା,ପଦ୍ମନାଭ ପ୍ରଧାନ,ଡ.ସୀମାଞ୍ଚଳ ପତି,ଜଗଦୀଶ ପାଣିଗ୍ରାହୀ,ଚିନ୍ମୟ ବେବର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ। ଏଥିରେ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଓ ସାଇଗୁରୁକୁଳ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe