ବରାହପଦର ମଠର ମଠାଧୀଶ ଖେଳାକୃଷ୍ଣ ଦାସଙ୍କ ସ୍ବର୍ଗପ୍ରାପ୍ତି, ଅଞ୍ଚଳରେ ଶୋକର ଛାୟା

Advertisment

ମଠ ପରମ୍ପରା ଅନୁଯାୟୀ ବାବାଜୀ ମାନେ କଲେ ଅନ୍ତିମ ସଂସ୍କାର

ମଠ ପରମ୍ପରା ଅନୁଯାୟୀ ବାବାଜୀ ମାନେ କଲେ ଅନ୍ତିମ ସଂସ୍କାର

ବରାହପଦର ମଠର ମଠାଧୀଶ ଖେଳାକୃଷ୍ଣ ଦାସଙ୍କ ସ୍ବର୍ଗପ୍ରାପ୍ତି, ଅଞ୍ଚଳରେ ଶୋକର ଛାୟା

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବଡଖମାର ବରାହପଦର ମଠର ମଠାଧୀଶ ବାବାଜୀ ଖେଳା କୃଷ୍ଣ ଦାସ ଙ୍କ ବୁର୍ଲା ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ତାରେ ସ୍ବର୍ଗପ୍ରାପ୍ତି ଘଟିଛି । ମିଳିଥିବା ସୂଚନା ଅନୁସାରେ ସାତ ଦିନ ପୂର୍ବରୁ ବାବା ଖେଳାକୃଷ୍ଣ ଦାସଙ୍କୁ ସାମାନ୍ୟ ଜ୍ଵର ହୋଇଥିଲା । ତାଙ୍କର ପ୍ରାଥମିକ ଚିକିତ୍ସା କଲାପରେ ସେ ସୁସ୍ଥ ଅନୁଭବ କରିଥିଲେ । ରବିବାର ଦିନ ପୁଣି ତାଙ୍କର ରକ୍ତ ଚାପ ବଢିଜିବାରୁ ତାଙ୍କୁ ପ୍ରଥମେ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ନିଆଯାଇଥିଲା ଚିକିତ୍ସା ପାଇଁ । ସେଠାରେ ତାଙ୍କର ଅବସ୍ଥାରେ କୋୖଣସି ଉନ୍ନତି ନହେବାରୁ ସୋମବାର ଦିନ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

publive-image

ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଦିନ ପ୍ରାୟ ଗୋଟାଏ ବେଳେ ତାଙ୍କର ସ୍ବର୍ଗ ପ୍ରାପ୍ତି ହୋଇଥିଲା । ଏହାପରେ ତାଙ୍କର ମରଶରୀର ବରାହପଦର ମଠରକୁ ଅଣାଯାଇଥିଲା । ମଠ ଚାରିପଟେ ସଂକୀର୍ତ୍ତନ ମଧ୍ୟରେ ମଠ ପରିକ୍ରମା ପରେ ସଂକୀର୍ତ୍ତନ କରାଯାଇଥିଲା। ମଠର ନୀତି ଅନୁସାରେ, ତାଙ୍କର ଶିଷ୍ୟ ସଖି ଚରଣ ଦାସ ମୁଖାଗ୍ନୀ ଦେଇଥିଲେ । କେବଳ ସାଧୁ ସନ୍ୟାସୀମାନେ ସଂସ୍କାର କାର୍ଯ୍ୟକ୍ରମ ତୁଲାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଟିଠିପାଲି ମଠର ବାବା ଅଭିରାମ ଦାସ, ସୁବଳୟା ମଠର ମଠାଧୀଶ ସୀତାରାମ ଦାସ ମହାରାଜ, ଡୁଲେଶ୍ବର ମଠର ମଠାଧୀଶ। ଉମାଶଙ୍କରୀ ଚୈତନ୍ୟ, ତପଶ୍ବିନି ଚୈତନ୍ୟ, ହରନାରାୟଣ ଚୈତନ୍ୟ ମହାରାଜା, ମନୋହର ଦାସ ମହାରାଜାଙ୍କ ସମେତ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରବଣ କୁମାର ଅଗ୍ରୱାଲ, ଅଜିତ୍ ବାବା,କେଶବା ନନ୍ଦ ପଣ୍ଡା, ସହଦେବ ପଣ୍ଡା, ଆଚାର୍ଯ୍ୟ ସୁଶାନ୍ତ କୁମାର ପୁରୋହିତ, ଆଚାର୍ଯ୍ୟ ସଚ୍ଚିଦାନନ୍ଦ ପଣ୍ଡା ସହଦେବ ପଣ୍ଡା ତଥା ମଠର ଅନ୍ତୈବାସି ଯୋଗଦେଇ ଥିଲେ ।

publive-image Photo courtesy: You Tube

ସୂଚନାଯୋଗ୍ୟ, ବରାହପଦର ମଠର ୧୯୩୮ ମସିହାରେ ବାବାଜୀ କୃଷ୍ଣ ଚରଣ ଦାସ ପ୍ରତିଷ୍ଠା କରିଥିଲେ । ସେହିଦିନ (୧୯/୫/ ୧୯୫୫ ) ମସିହାରୁ ଅଖଣ୍ଡ ନାମ ଅନୁଷ୍ଠିତ ହେଉଛି । ବାବାଜୀ କୃଷ୍ଣ ଚରଣ ଦାସଙ୍କ ୨୮/୩/ ୮୨ରେ ସମାଧିସ୍ଥ ହେବାପରେ ସେହି ଦିନଠାରୁ ତାଙ୍କର ପଠଶିଷ୍ୟ କୁଞ୍ଜକିଶୋର ମହାରାଜା ମଠାଧୀଶ ଭାବରେ ୧୩/୨/୨୦୦୯ ପର୍ଯ୍ୟନ୍ତ ମଠପରିଚାନା କରି ସ୍ବର୍ଗପ୍ରାପ୍ତି ହୋଇଥିଲେ । ସେହିଦିନ ଠାରୁ ବାବା ଖେଳା କୃଷ୍ଣ ଦାସ ମଠର କାର୍ଯ୍ୟ ବାହକ ମଠାଧୀଶ ଭାବରେ ଦିର୍ଘ ୧୨ ବର୍ଷ ଧରି ସୁରୁଖୁରୁ ଭାବରେ ମଠ ପରିଚାଳନା କରିବା ସହ ଅଖଣ୍ଡ ନାମ ଚଳାଇ ଆସୁଥିଲେ ।

publive-image

ଆଜି ପଞ୍ଚଭୁତରେ ବାବା ଖେଳାକୃଷ୍ଣ ଦାସ ବିଲିନ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । କରୋନା କଟକଣା ଭିତରେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା ।କାଳେ ଭକ୍ତ ମାନଙ୍କ ଭିଡ଼ ହୋଇଥିବା ସେହି ଦୃଷ୍ଟିରୁ ସୁବଳୟା ଥାନା ଅଧିକାରୀ କୁଶ କୁମାର ପାଣିଗ୍ରାହୀ, ଏଏସ୍ଆଇ ମଘା ବାରିକ ପୁଲିସ ଫୋର୍ସ ନେଇ ବରାହପଦର ମଠରେ ଉପସ୍ଥିତି ରହି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe