ଏଥର ଅଁଳା ନବମୀରେ ରାଧାପାଦ ଦର୍ଶନ କରି ପାରିବେ ନାହିଁ ଶ୍ରଦ୍ଧାଳୁ

Advertisment
ଏଥର ଅଁଳା ନବମୀରେ ରାଧାପାଦ ଦର୍ଶନ କରି ପାରିବେ ନାହିଁ ଶ୍ରଦ୍ଧାଳୁ

ପୁରୀ: ପବିତ୍ର କାର୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ସାକ୍ଷୀଗୋପାଳ ପୀଠ ଚଳଚଞ୍ଚଳ ହୋଇ ଉଠେ। ଅଁଳା ନବମୀ ଅବସରରେ ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିରରେ ରାଧାପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ଚଳିତ ଥର ଅଁଳା ନବମୀରେ ଶ୍ରଦ୍ଧାଳୁ ରାଧାପାଦ ଦର୍ଶନ କରି ପାରିବେ ନାହିଁ ବୋଲି ପ୍ରଥମ ସମନ୍ବୟ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ସେବାୟତ, ପୁରୀ ଜିଲ୍ଲାପାଳ, ପୁରୀ ଏସପି ପ୍ରମୁଖ ଉପସ୍ଥିତ ଥିଲେ।

ସାକ୍ଷୀଗୋପାଳ ମନ୍ଦିରରେ ରାଧାପାଦ ଦର୍ଶନକୁ ବନ୍ଦ କରି ଦିଆଯାଇଛି। କୋଭିଡ କଟକଣା ଭିତରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବ। ମାତ୍ର ସର୍ବସାଧାରଣଙ୍କୁ ରାଧାପାଦ ଦର୍ଶନ ପାଇଁ ଅନୁମତି ଦିଆଯାଇନାହିଁ।

ସୂଚନାଯୋଗ୍ୟ, ଉତ୍ତର ଭାରତୀୟ ରୀତିନୀତିରେ ସାକ୍ଷୀଗୋପାଳ ମନ୍ଦିରରେ ପୂଜା ବିଧି ରହିଛି। ଏଠାରେ ଠାକୁରାଣୀ ଉତ୍ତର ଭାରତୀୟ ବେଶଭୂଷା ପରିଧାନ କରିଥାନ୍ତି। ତେଣୁ ବର୍ଷସାରା ଠାକୁରାଣୀଙ୍କ ପାଦ ଆବୃତ୍ତ ହୋଇ ରହିଥାଏ। ଅଁଳା ନବମୀରେ ଠାକୁରାଣୀ ଓଡ଼ିଆଣୀ ବେଶ ହୁଅନ୍ତି। ଏହି ଅବସରରେ ପାଦ ଦର୍ଶନ ଲାଗି ଭକ୍ତଙ୍କୁ ସୁଯୋଗ ମିଳିଥାଏ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି ହୋଇଥିବା ଗାଇଡଲାଇନ ହେତୁ ଚଳିତ ଥର ଏହି ସୁଯୋଗରୁ ଶ୍ରଦ୍ଧଳୁମାନେ ବଞ୍ଚିତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe