ତାଳଡିହିରୁ ଶାଳକାଠ ଜବତ

Advertisment
ତାଳଡିହିରୁ ଶାଳକାଠ ଜବତ

ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ୍‌ ଧୁରୁଡ଼ିଆମ୍ବ ପଞ୍ଚାୟତ ତାଳଡିହି ଗ୍ରାମ ନିକଟରେ ଆଜି ବନ ବିଭାଗ ଚଢ଼ଉ କରି ୮ଟି ଶାଳଗଣ୍ଡି ଜବତ କରିଛି। ଦୁର୍ବୃତ୍ତମାନେ ଜଙ୍ଗଲରୁ କାଠ କାଟି ନେଉଥିବା ବେଳେ ଗତକାଲି ରାତିରେ ଗାଡ଼ି ଅଚଳ ହୋଇଯିବାରୁ ନିଛାଟିଆ ସ୍ଥାନରେ କାଠ ଗୁଡ଼ିକୁ ଲୁଚାଇ ରଖିଥିଲେ। ବନ ବିଭାଗ ଘଟଣା ସମ୍ପର୍କରେ ଖବର ପାଇଥିଲା । ଆନନ୍ଦପୁର ଡିଏଫ୍‌ଓ ଅଜିତ କୁମାର ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ଭଗାମୁଣ୍ଡା ବନପାଳ ଦାଶରଥି ବେଜ, ହରିଚନ୍ଦନପୁର ବନପାଳ ଡମ୍ବରୁଧର ମହାନ୍ତ, ବନରକ୍ଷୀ ଜ୍ୟୋତିରଞ୍ଜନ ମାଝୀ ଓ ରଶ୍ମିରଞ୍ଜନ ରାଉତଙ୍କ ସମେତ ବନ ସୁରକ୍ଷା ବାହିନୀ ଚଢ଼ଉ କରି ଶାଳଗଣ୍ଡି ଗୁଡ଼ିକୁ ଜବତ କରିଥିଲେ। ଜବତ କାଠର ମୂଲ୍ୟ ୭୦ ହଜାର ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe