ଧର୍ମଗଡ଼: କଳାହାଣ୍ଡି ଜିଲ୍ଲାର ୬ଟି କଲେଜ ପ୍ରିନସିପାଲଙ୍କ ଦରମା ବନ୍ଦ କରିଛନ୍ତି ଉଚ୍ଚ ଶିକ୍ଷା ବିଭାଗ। କର୍ତ୍ତବ୍ୟରେ ଅବହେଳା ପାଇଁ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଚିଠି ରେ ଉଲ୍ଲେଖ କରାଯାଇଛି। ମୁଖ୍ୟ କିରାଣି/କିରାଣିଙ୍କ ଦରମା ବନ୍ଦ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ବିଭାଗର ସହକାରୀ ନିର୍ଦ୍ଦେଶକଙ୍କ ଚିଠିର ଉତ୍ତର ଦେଉ ନଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଉଚ୍ଚଶିକ୍ଷା ବିଭାଗର ପତ୍ର ସଂଖ୍ୟା ୨୨୨୭୬/୨୬/୫/୨୩ର ସୂଚନା ଅନୁଯାୟୀ, ବିଭାଗ ପକ୍ଷରୁ ବାରମ୍ବାର ଜଣାଇବା ସତ୍ତ୍ବେ କଳାହାଣ୍ଡି ଜିଲ୍ଲାର ୬ଟି ମହାବିଦ୍ୟାଳୟ ଆବଶ୍ୟକ ସୂଚନା ପ୍ରଦାନ କରିବାରେ ବିଫଳ ହୋଇଛନ୍ତି। ଉଚ୍ଚଶିକ୍ଷା ବିଭାଗର ସହକାରୀ ନିର୍ଦେଶକଙ୍କ ଚିଠିର ଉତ୍ତର ଦେଉନଥିବାରୁ ଏହି ମହାବିଦ୍ୟାଳୟ ଅଧ୍ୟକ୍ଷ ଏବଂ ମୁଖ୍ୟ କିରାଣୀ ଓ କିରାଣୀଙ୍କ ବିରୋଧରେ ଏହି ପଦକ୍ଷେପ ନିଆଯାଇଛି। ବିଭାଗୀୟ ଚିଠିର ଉତ୍ତର ନଦେବାର ଅର୍ଥ ହେଉଛି ସରକାରୀ କାର୍ଯ୍ୟ ନିର୍ବାହରେ ବଡ଼ ଅବହେଳା ଏବଂ ବିଭାଗ କର୍ତ୍ତୃପକ୍ଷଙ୍କ ନିର୍ଦେଶ ପାଳନର ବିଫଳତା ବୋଲି କୁହାଯାଇଛି ।ଏପରି ଅବହେଳା ପାଇଁ ମେ’ ମାସର ଦରମା ନ ଉଠାଇବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
କଳାହାଣ୍ଡି ଜିଲ୍ଲାର ଗୋଳାମୁଣ୍ଡା ବ୍ଲକ ଆଞ୍ଚଳିକ ବସ୍ତରିଣୀ, ଜୁନିୟର କଲେଜ ସାନଚେର ଗାଁ, ଭବାନୀପାଟଣା ବ୍ଲକର ଜୟ ପ୍ରକାଶ ସ।ନ୍ଧ୍ୟ ମହାବିଦ୍ୟାଳୟ ଭବାନୀପାଟଣା, ଥୁଆମୂଳ ରାମପୁର ବ୍ଲକର ମା ମାଣିକେଶ୍ୱରୀ ପିଏସ୍ଏମ୍, କଲେଜ ଥୁଆମୂଳ ରାମପୁର, କଲମପୁର ବ୍ଲକର ମହାରାଣୀ କସ୍ତୁରୀକା ମଦୁନି ଡିଗ୍ରୀ କଲେଜ, ଜୟପାଟଣା ବ୍ଲକର ପତିତପାବନ ଜୁନିଅର କଲେଜ ଅରେବେଡା ଅଟେ। କଲେଜ ଅଧ୍ୟକ୍ଷ ଓ ବରିଷ୍ଠ କିରାଣୀ ଙ୍କ ଦରମା ବନ୍ଦ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଆଲୋଚନାର ବିଷୟ ହୋଇଛି।
Follow Us