ଘୁ.ଉଦୟଗିରି: କନ୍ଧମାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଘୁ.ଉଦୟଗିରି (୮୩) ବିଧାନସଭା କ୍ଷେତ୍ରରେ ଆଜି ଶାନ୍ତିଶୃଙ୍ଖଳା ସହ ମତଦାନ ଚାଲିଥିବା ବେଳେ ଅପରାହ୍ନ ୨ଟା ସୁଦ୍ଧା ୪୦ପ୍ରତିଶତ ମତଦାନ ହୋଇଥିବା ବେଳେ ଉପବାଚସ୍ପତି ତଥା ସ୍ଥାନୀୟ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଆଜି ନିଜ ବ୍ଲକ ଦାରିଙ୍ଗବାଡିର ନିଜ ଗାଁ ଟକରମାଲା ଗାଁ ବୁଥରେ ଲାଇନରେ ଠିଆହୋଇ ନିଜ ମତଦାନ କରିଥିବା ବେଳେ ବିଜେପି ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନ ନିଜ ଗାଁ କତିଙ୍ଗିଆ ବୁଥରେ ସକାଳୁ ମତଦାନ କେନ୍ଦ୍ରରେ ଲମ୍ବା ଲାଇନରେ ଠିଆ ହୋଇ ମତଦାନ କରିଥିବା ଦେଖିବାକୁ ମିଳିଛି। ସେଇଭଳି ଗ୍ରାମାଞ୍ଚଳରେ ମତଦାତାମାନେ ଆଗ୍ରହ ସହକାରେ ନିଜ ନିଜ ବୁଥରେ ଲାଇନ ଲଗେଇ ଭୋଟ ଦେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରାୟତଃ ମହିଳା ଏବଂ ଯୁବ ଗୋଷ୍ଠୀଙ୍କ ସଂଖ୍ୟା ଅଧିକ ରହୁଥିବା ଦୃଶ୍ୟ ଦେଖିବାକୁ ମିଳିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us