ସମ୍ବାଦର ପ୍ରଭାବ: ନିସହାୟ ଲୋକଙ୍କୁ ଆର୍ଥିକ ସହାୟତା ପାଇଁ ଅଣ୍ଠା ଭିଡ଼ିଲେ ୨୦୦୫ ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀ

Advertisment
ସମ୍ବାଦର ପ୍ରଭାବ: ନିସହାୟ ଲୋକଙ୍କୁ ଆର୍ଥିକ ସହାୟତା ପାଇଁ ଅଣ୍ଠା ଭିଡ଼ିଲେ ୨୦୦୫ ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀ

ଉମରକୋଟ: ପ୍ରଥମେ ଉମରକୋଟ ସହରର ସନ୍ତୋଷ ନଗରର ସନ୍ତୋଷ ମହାରଣାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର କିପରି ଭାବରେ  ଅସହାୟ ଅବସ୍ଥାରେ ଚଳୁଛନ୍ତୁ ପରେ ଉମରକୋଟ ନିକଟସ୍ଥ  ଆଦିବାସୀ ମୃତକ। ଗ୍ରାମର ବାପା ମା ଙ୍କ ମୃତ୍ୟୁ ପରେ କିପରି ୫ ଭାଇ ଭଉଣୀ ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି ଓ ଆଜି ସମ୍ବାଦ ରେ କିପରି ଆର୍ଥିକ ଅବସ୍ଥା ଖରାପ ଯୋଗୁ ଉମରକୋଟ ନିକଟସ୍ଥ  ମ।ଲିପ।ର। ଗ୍ରାମର ଲୋମ୍ବୁ ଧର ମାଳ ଙ୍କ ଏକ ମାତ୍ର ବିକଳାଙ୍ଗ ଝିଅ ଜେଜେମା ଉପରେ ବିସ୍ତୃତ ଖବର ପ୍ରକାଶ ହେବ। ପରେ ଏଥିରେ ଅତ୍ୟନ୍ତ ପ୍ରଭାବିତ ହେଇ ଉମରକୋଟ ସଦାଶିବ ସୁକୁମାର ସେନ ଉଚ୍ଚ ବିଦ୍ୟାଳୟର ୨୦୦୫ ବେଚର ବନ୍ଧୁ ମାନେ ସମାଜ ପାଇଁ କିଛି କାର୍ଯ୍ୟ କରିବା ଉଦ୍ଧେଶ୍ୟ ରେ ସଂକଳ୍ପ ନେଇ ଥିବା ଜଣ।ପଡିଛି। ପ୍ରାୟ ୪୦ ଜଣ ବନ୍ଧୁ ଥିଲେ ହେ ୨୦ ଜଣ ଉମରକୋଟ ରେ ରହୁଥବା ବେଳେ ଅନ୍ୟ ୨୦ ଜଣ ଦେଶ ର ଅନ୍ୟ ସ୍ଥାନ ରେ  ରହୁଛନ୍ତି।

ତେବେ ସମୀର ପରିଛା, ବିଷ୍ଣୁ ସାହୁ, ଉତ୍ତମ ପଟ୍ଟନାୟକ ଓ ହିମାଂଶୁ ଜେନା ଙ୍କ ର ମାତ୍ର ୧ ଘଣ୍ଟା ଉଦ୍ୟମ ରେ  ପ୍ରାୟ ୨୦୦୦୦ ଟଙ୍କା ଆଦାୟ କରା ଜାଇ ପାରିଲା। ତୁରନ୍ତ ଏହି ୪ ସାଙ୍ଗ ସଂତୋଷି ନଗର ଜାଇ ସ୍ବର୍ଗତ ସନ୍ତୋଷ ମହାରଣା ଙ୍କ ସ୍ତ୍ରୀ ସବିତା ମହାରଣା ଙ୍କୁ ୫୦୦୦ ଟଙ୍କା, ଓ ମୃତମା ଯାଇ ବଡ଼ ଭଉଣୀ  ଲୋଚନ ଦେଇ ଭତ ର। ଙ୍କୁ ୫୦୦୦ ଟଙ୍କା ଓ ମ।ଲିପ।ର।

ଯାଇ ଜେମା ଙ୍କ ବାପା ଲୋଂବୁ ଧର ମାଳି ଙ୍କୁ ୧୦୦୦ ଟଙ୍କା ପ୍ରଦାନ କରାଯିବ। ସହ ଆଗାମୀ ଦିନ ରେ ତାର ଚିକିତ୍ସା ରେ ଔଷଧ ବାବଦ୍ ଖର୍ଚ୍ଚ ସବୁ ବହନ କରିବେ ବୋଲି ପ୍ରତିଶ୍ରୁତି ଦିଆ ଯାଇଛି। ଆସନ୍ତା କାଲି ଙ୍କୁ ମଧ୍ୟ କିଛି ଅସହାୟ ନକୂ ଅର୍ଥ ଦିଆ ଯିବ ବୋଲି ସମୀର ପରିଛା ସମ୍ବାଦ କୁ ସୂଚନା ଦେଇଛନ୍ତି। ତେବେ ଏହି ପରି ଖବର ସମ୍ବାଦ ରେ ପ୍ରକାଶିତ ହେବା ପରେ ଏଥିରେ ପ୍ରଭାବିତ ହେଇ ଆମର ମଧ୍ୟ ସମାଜ ପାଇଁ କିଛି ଦାୟିତ୍ୱ ରହିଛି ବୋଲି ଅନୁଭବ କରି ଏହି କାମ କରିବା ପାଇଁ ଆଗ୍ରହ ହେଲା ବୋଲି ସମୀର କହିବା ସହ ଆଗାମୀ ଦିନ ରେ ଏହି ପରି କାର୍ଯ୍ୟ ଜାରି ରହିବ ବୋଲି ସମୀର କହିଛନ୍ତି। ଚେଷ୍ଟା କଲେ ସବୁ କିଛି ସଂବ ବ।

ଆଉ ସମାଜ ରେ  ରହୁ ଥିବା ଗରିବ ଅସହାୟ ଲୋକ ଙ୍କୁ ସାହାଯ୍ୟ କରିବା ପାଇଁ ଅର୍ଥ ର କିଛି ପ୍ରତିବନ୍ଧକ ନ ଥାଏ ବାସ୍ କିଛି ଉଦ୍ୟମ ଯଥେଷ୍ଟ। ଯାହା କି ଆର୍ଥିକ ପରିମାଣ କମ ହେଇ ପ।ରେ କିନ୍ତୁ ସମାଜ ର ସେହି ଅବହେଳିତ ବ୍ୟକ୍ତି  ଅନ୍ତତ୍ ଭାବିବ ଜେ ହ ସମାଜ ଆମ ପଛ ରେ ଅଛି। ଉଦ୍ୟମ ଛଟ ଲାଗିପାରେ କିନ୍ତୁ ଏହି ଉମରକୋଟ ର ୨୦୦୫ ବେଚ୍ ବନ୍ଧୁ ମାନଙ୍କ ର ଏହି ଛଟିଆ ଉଦ୍ୟମ ନିଶ୍ଚିତ ଭାବରେ ଅନ୍ୟ ମାନଙ୍କୁ ଏକ ପ୍ରେରଣା ଯୋଗାଇବ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe