ସମ୍ବାଦ ପ୍ରଭାବ: ଖବର ପ୍ରକାଶ ପରେ କାଣିକୁଟି ସାହିକୁ ବସୁଧା ଯୋଜନାରେ ହେଲା ପାଣି ଯୋଗାଣ

ସମ୍ବାଦ ପ୍ରଭାବ: ଖବର ପ୍ରକାଶ ପରେ କାଣିକୁଟି ସାହିକୁ ବସୁଧା ଯୋଜନାରେ ହେଲା ପାଣି ଯୋଗାଣ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ୬ନଂ ୱାର୍ଡର କାଣିକୁଟି ସାହି ଲୋକ ଟୋପାଏ ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ ବସୁଧା ଯୋଜନାରେ ପାଣି ପାଇଵାରୁ ବଞ୍ଚିତ ହୋଇ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏହି ଖବର ୧୭ ତାରିଖ ଦିନ ସମ୍ବାଦରେ ବସୁଧା ଯୋଜନାରୁ ବଞ୍ଚିତ କାଣିକୁଟି ସାହି ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା।

ଏହାପରେ ଏହି ଖବର କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବ ସମାଜସେବୀ ଏକ୍ସରେ ଟ୍ୱିଟ କରିଥିଲେ ହେଲେ ବିଭାଗୀୟ ଅଧିକାରୀମାନେ ଖାମଖିଆଲ ଭାବେ ସମସ୍ୟାର ସମାଧାନ ନକରି ମିଛ ତଥ୍ୟ ଦେବା ସହ ଫୋଟ ଦେଇ ଉପର ଅଧିକାରୀଙ୍କୁ ଖୁସି କରିବାକୁ ମିଛ ତଥ୍ୟ ଫୋଟ ଦେଇଥିବା ନେଇ ପୁଣି ସମ୍ବାଦରେ ଖବର ପ୍ରକାଶ ପାଇବା ପରେ କୁଣିକୁଟି ସାହିରେ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ପହଞ୍ଚି ବସୁଧା ଯୋଜନାରେ କିଭଳି ଷ୍ଟାଣ୍ଡ ପୋଷ୍ଟରେ ପାଣି ପହଞ୍ଚିବ ତାର ଅନୁଧ୍ୟାନ କରି ତାର ବ୍ୟବସ୍ଥା କରି ପାନୀୟ ଜଳ ଯୋଗାଣ ସ୍ୱାଭାବିକ କରିଥିବା ଦେଖିବାକୁ ମିଳିଛି। ପାଣି ପାଇଁ କାଣିକୁଟି ସାହି ବାସିନ୍ଦା ଖୁସି ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe