ସମ୍ବାଦ ପ୍ରଭାବ: ୧୮ ଜଣଙ୍କୁ ଜାଲିଆତି କରି ଜମି ପଟ୍ଟା ପ୍ରଦାନ ଘଟଣାରେ ରାଜସ୍ବ ନିରୀକ୍ଷକ ଏବଂ କିରାଣୀ ନିଳମ୍ବିତ

Advertisment

ତହସିଲଦରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?

ତହସିଲଦରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?

ସମ୍ବାଦ ପ୍ରଭାବ: ୧୮ ଜଣଙ୍କୁ ଜାଲିଆତି କରି ଜମି ପଟ୍ଟା ପ୍ରଦାନ ଘଟଣାରେ ରାଜସ୍ବ ନିରୀକ୍ଷକ ଏବଂ କିରାଣୀ ନିଳମ୍ବିତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର କାଲିମେଳା ତହସିଲରେ ଗତ ସେପ୍ଟେମ୍ବର ମାସରେ ସହରର ୧୮ ଜଣ ଲୋକଙ୍କ ଏନକ୍ରୋଚମେଣ୍ଟ ଜାଗାକୁ ଜାଲିଆତି କରି ଟଂକା ହଡପ କରି ପଟ୍ଟା ପ୍ରଦାନ କରାଯାଇଥିଲା। ଏନେଇ ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ତରଫରୁ ଏହାର ଖୋଳତାଡ ଆରମ୍ଭ ହୋଇଥିଲା। ତଦନ୍ତ ପରେ ଆଜି ଜିଲ୍ଲାପାଳ ଜଣେ ରାଜସ୍ବ ନିରୀକ୍ଷକ ସୁରେଶ ପୂଜାରୀ ଏବଂ ଏନକ୍ରୋଚମେଣ୍ଟ କିରାଣୀ ଦିବ୍ୟସିଂହ ପାଇକରାୟଙ୍କୁ ନିଳମ୍ବିତ କରିଛନ୍ତି।

ତେବେ ତହିସିଲଦାର ଆଲୋକ କୁମାର ଅନୁଗୁଳିଆଙ୍କୁ କାର୍ଯ୍ୟାନୁଷ୍ଠାନ କେବେ ବୋଲି ସାଧାରଣରେ ପ୍ରଶ୍ନ କରାଯାଇଛି। ଆଉ ଦୁଇ ନିଳମ୍ବିତ ଅଧିକାରୀଙ୍କୁ ମୋଟୁ ତହସିଲରେ ଉପସ୍ଥିତ ରହିବାକୁ କୁହାଯାଇଛି। ପ୍ରକାଶ ଥାଉକି ସରକାରୀ ନିୟମକୁ ସଂପୂର୍ଣ୍ଣ ଉଲଙ୍ଘନ କରି ଜମି ମାଲିକମାନଙ୍କ ସହ ତହସିଲ କାର୍ଯ୍ୟାଳୟର ଅଧିକାରୀମାନେ ମଧୁଚନ୍ଦ୍ରିକା କରି ମୋଟା ଅଂକର ଟଂକା ହଡପ କରି ରାତାରାତି ୧୮ ଜଣଙ୍କୁ ଜମିପଟ୍ଟା ପ୍ରଦାନ କରିଦେଇଥିଲେ।

ପଟ୍ଟା ପାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଠିକାଦାର, ନାମିଦାମୀ ବ୍ୟବସାୟୀ, ରାଜନେତା, ଚାକିରିଆ ପରିବାର ଏବଂ ବିଦ୍ୟାର୍ଥୀମାନେ ପାଇଛନ୍ତି।ସ୍ଥାନୀୟ ଗରିବ ଲୋକେ ପଟ୍ଟା ମିଳୁନଥିବାରୁ ନିଜର ଇନ୍ଦିରା ଆବାସ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରିପାରୁନଥିବା ବେଳେ ଏମାନଙ୍କୁ ବସୁନ୍ଧରା ଯୋଜନା କିମ୍ବା ଲିଜ ପଟ୍ଟା ମଧ୍ୟ ପ୍ରଦାନ କରାଯାଉ ନାହିଁ। କାଲିମେଳା ଅଂଚଳରେ ଶହ ଶହ ହିତାଧିକାରୀ ପଟ୍ଟା ନଥିବରୁ ଘର କରିପାରୁନଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ବସ୍ତିବାସିନ୍ଦାଙ୍କୁ ଆଜି ପର୍ଯ୍ୟନ୍ତ ପଟ୍ଟା ପ୍ରଦାନ କରାଗଲା ନାହିଁ, ଯାହାଫଳରେ ବ୍ୟକ୍ତିଗତ ଋଣ, ଜାତିଗତ ପ୍ରମାଣ ପତ୍ର, ବାସିନ୍ଦା ପ୍ରମାଣ ପତ୍ର ପାଇପାରିଲେ ନାହିଁ। ଏସବୁକୁ ତହିସଲ କର୍ତ୍ତୃପକ୍ଷ ଗୁରୁତ୍ବ ନଦେଇ ଭିତିରିଆ ଭାବେ ମଧୁଚନ୍ଦ୍ରିକା କରି ଟଂକା ଥିବା ବ୍ୟକ୍ତିମାନଙ୍କୁ ପଟ୍ଟା ପ୍ରଦାନ କରିଥିଲେ। ଯାହାର ତଦନ୍ତ ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଯେଉଁ ୧୮ ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଛି ସେମାନେ ବାହାର ଜିଲ୍ଲାର ହେବା ସହ ଧନୀକ ଶ୍ରେଣୀର ବ୍ୟକ୍ତିମାନେ ବୋଲି ଜଣାପଡିଥିଲା। ତେବେ କାଳିମେଳା ତହସିଲର କିରାଣୀ ଏବଂ ରାଜସ୍ବ ନିରୀକ୍ଷକଙ୍କ ସମେତ ଅନ୍ୟ କେଉଁମାନେ ଏଥିରେ ସଂଶ୍ଲିଷ୍ଟ ରହିଛନ୍ତି ସେନେଇ ତଦନ୍ତ କରାଯାଇ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe