‘ସମ୍ବାଦ’ ପ୍ରଭାବ: ଉନ୍ନତୀକରଣ ହେବ ସୌରା ଜନଜାତିଙ୍କ ମାତାରବନାମ ପୀଠ

Advertisment

ମିଳିବ ପର୍ଯ୍ୟଟନୀସ୍ଥଳୀର ମାନ୍ୟତା

ମିଳିବ ପର୍ଯ୍ୟଟନୀସ୍ଥଳୀର ମାନ୍ୟତା

‘ସମ୍ବାଦ’ ପ୍ରଭାବ: ଉନ୍ନତୀକରଣ ହେବ ସୌରା ଜନଜାତିଙ୍କ ମାତାରବନାମ ପୀଠ

Sambad

ରାୟଗଡା: ୫-ଟି ସଚିବ ଭି କାର୍ତ୍ତିକେୟନ୍‌ ପାଣ୍ଡିଆନ ଗୁରୁବାର ରାୟଗଡ଼ା ଜିଲ୍ଲାର ବିଭିନ୍ନ ବ୍ଲକ ପରିଦର୍ଶନ କରିଥିବା ବେଳେ ପଦ୍ମପୁର ବ୍ଲକର ମରିଚଗୁଡା ଠାରେ ରହିଥିବା ସୌରା ଜନଜାତିଙ୍କ ଗୁରୁ ପଣ୍ଡିତ ମାଙ୍ଗେଇ ଗମାଙ୍ଗ ଉଦେଶ୍ୟରେ ରହିଥିବା ମାତାର ବନାମ ପୀଠ ବୁଲି ଦେଖିଥିଲେ। ‘ସମ୍ବାଦ’ରେ ଗତ ମେ ୭ ତାରିଖରେ ଅବହେଳିତ ଅବସ୍ଥାରେ ମାତାର ବନମ ପୀଠ ସମ୍ପର୍କୀୟ ଏକ ଖବର ପ୍ରକାଶ ପାଇବା ପରେ ସରକାର ଚେତିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ୫ଟି ସଚିବ ଶ୍ରୀ ପାଣ୍ଡିଆନ ଏହି ପବିତ୍ର ସ୍ଥାନକୁ ପରିଦର୍ଶନ କରି ଏହି ମନ୍ଦିରର ଉନ୍ନତିକରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଏଥିସହ ଏହାର ସଂସ୍କୃତିକୁ ମଧ୍ୟ ଲୋକଲୋଚନକୁ ଅଣାଯିବା ନେଇ କହିଥିଲେ। ମାତାରବନାମ ପୀଠକୁ ପର୍ଯ୍ୟଟନୀସ୍ଥଳୀର ମାନ୍ୟତା ମଧ୍ୟ ଦିଆଯିବା ନେଇ କହିଥିଲେ।

publive-image Sambad

ତେବେ ତୁରନ୍ତ ଏନେଇ ଜିଓ ଟେଗ କରି ପଠାଇବା ପାଇଁ ନିର୍ଦେଶ ଦେଇଥିଲେ। ଯେତେ ଜଲଦି ଦେଲେ ସେତେ ଜଲଦି ମନ୍ଦିର କାର୍ଯ୍ୟ ଆରମ୍ଭ ହେବ ବୋଲି କହିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ସହଯୋଗରେ ସୌରା ଜନଜାତି ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। ଏଥିସହ ‘ସମ୍ବାଦ’କୁ ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ। ଦୀର୍ଘଦିନ ଧରି ସୌରା ଜଜଜାତି ଏହି ମନ୍ଦିରର ଉନ୍ନତି ନେଇ ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ ମଧ୍ୟ କର୍ଣ୍ଣପାତ କରୁ ନଥିଲେ ସରକାର। ତେବେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସରକାର ଚେତିବା ସହ ୫ଟି ସଚିବଙ୍କ ଗସ୍ତ ସମୟରେ ଏହାର ଉନ୍ନତିକରଣ କରାଯିବ ବୋଲି ପୂର୍ବରୁ ସୂଚନା ରହିଥିଲା। ଯାହା ଆଜି ଶ୍ରୀ ପାଣ୍ଡିଆନ ଘୋଷଣା କରି ସୌରା ଜନଜାତିଙ୍କୁ ଖୁସି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe