ସମ୍ବଲପୁର ଫାଟକ ଷ୍ଟେସନ ଉଚ୍ଛେଦ ପ୍ରତିବାଦରେ ଆନ୍ଦୋଳନ

Advertisment
ସମ୍ବଲପୁର ଫାଟକ ଷ୍ଟେସନ ଉଚ୍ଛେଦ ପ୍ରତିବାଦରେ ଆନ୍ଦୋଳନ

ସମ୍ବଲପୁର: ସମ୍ବଲପୁରର ପ୍ରଥମ ରେଳ ଷ୍ଟେସନକୁ ଯାତ୍ରୀଙ୍କ ସୁବିଧା ଓ ରେଳ ବିକାଶ କାର୍ଯ୍ୟ ନେଇ ଆସନ୍ତା ୧ତାରିଖରୁ ଉଚ୍ଛେଦ କରିବା ପାଇଁ ରେଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହା ବିରୋଧରେ ଶନିବାର ଷ୍ଟେସନ ଫାଟକରେ ତୀବ୍ର ପ୍ରତିକ୍ରିୟା ଓ ପ୍ରତିବାଦ ଦେଖିବାକୁ ମିଳିଛି। ଷ୍ଟେସନ୍ ଉଚ୍ଛେଦ ହେଲେ ଏହା ଉପରେ ବର୍ଷ ବର୍ଷ ଧରି ନିର୍ଭର କରି ପରିବାର ପୋଷଣ କରୁଥିବା ବ୍ୟବସାୟୀ, ରେଳ ଧାରଣା କଡ଼ରେ ଥିବା ବସ୍ତି ଗୁଡିକର ଶହ ଶହ ପରିବାର ସିଧାସଳଖ ପ୍ରଭାବିତ ହେବେ। ତେଣୁ ଏହା ବିରୋଧରେ ଦୋକାନ ବଜାର ବନ୍ଦ କରି ସେମାନେ ମଧ୍ୟ ସାମିଲ ହୋଇଥିଲେ।

publive-image

ଏହା ପୂର୍ବରୁ ଏହି ଷ୍ଟେସନ ବନ୍ଦ ନକରି ଏହାର ଉନ୍ନତି ତଥା ଆଧୁନିକୀକରଣ କରିବାକୁ ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଓ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାରଙ୍କୁ ଏକାଧିକ ସଂଗଠନ ପକ୍ଷରୁ ନିବେଦନ କରାଯାଇଥିଲା। ଏହା ପରେ ମଧ୍ୟ ଷ୍ଟେସନ ଉଠାଇବା ପାଇଁ ନିର୍ଦ୍ଦେଶ ଆସିଥିଲା। ଏହାକୁ ବିରୋଧ କରି ଶନିବାର ସକାଳ ୧୦ଟାରୁ ଫାଟକ ଅଞ୍ଚଳର ଶତାଧିକ ଲୋକ ରେଳ ଧାରଣା ଉପରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆନ୍ଦୋଳନକାରୀମାନେ ରେଳ ଲାଇନ ଉପରେ ବସି ରହିଥିବାରୁ ସମ୍ବଲପୁର ରୋଡ଼ ଷ୍ଟେସନ ଦେଇ ଚଳାଚଳ କରୁଥିବା ସମସ୍ତ ରେଳ ଚଳାଚଳ ବନ୍ଦ ରହିଥିଲା। ପାଖାପାଖି ୨ ଘଣ୍ଟା ବନ୍ଦ ପରେ ୧ ତାରିଖ ସୁଦ୍ଧା ଡିଆର୍‌ଏମ୍‌ଙ୍କ ସହ ଆଲୋଚନା କରାଯିବା ନେଇ ରେଳ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯିବା ପରେ ଆନ୍ଦୋଳନରୁ ହଟିଥିଲେ। ବିରୋଧ କାରଣରୁ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଟ୍ରେନ ସମ୍ବଲପୁର ସିଟି ଷ୍ଟେସନଠାରେ ଆନ୍ଦୋଳନ ହଟିବା ଯାଏ ଅଟକି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe