ଧାରଣାରତ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପୁଲିସର ଲାଠିମାଡ, ଜଣେ ଆହତ

ଧାରଣାରତ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପୁଲିସର ଲାଠିମାଡ, ଜଣେ ଆହତ

ସମ୍ବଲପୁର: ରାଜ୍ୟର ଆମ୍ବୁଲାନ୍ସ କର୍ମଚାରୀମାନେ ବିଭିନ୍ନ ଦାବି ନେଇ ଗତ ଡିସେମ୍ବର ୨୦ରେ ଆନ୍ଦୋଳନକୁ ଓହ୍ଲାଇ ଥିଲେ। ଜାନୁଆରି ୫ ତାରିଖରେ ଆନ୍ଦୋଳନରତ ଆମ୍ବୁଲାନ୍ସ କର୍ମଚାରୀମାନଙ୍କୁ ଆରଡିସି କାର୍ଯ୍ୟଳୟ ସମ୍ମୁଖରୁ ସମ୍ବଲପୁର ପୁଲିସ ରାତି ୧୧ଟାରେ ଉଠାଇ ନେଇ ସେମାନଙ୍କ ବିରୋଧ ଏତଲା ରୁଜୁ କରିଥିଲା। ଜାନୁଆରୀ ୬ ତାରିଖ ଦିନ ୩୫୭ଜଣଙ୍କୁ କୋର୍ଟ ଚାଲଣ କରାଯାଇଥିଲା। ଏହି ୩୫୭ଜଣ ଆନ୍ଦୋଳନ କରି ବର୍ତ୍ତମାନ ସମ୍ବଲପୁର ମଣ୍ଡଳୀ କାର୍ଯ୍ୟାଳୟରେ ଅଛନ୍ତି।

publive-image

ଅନ୍ୟପକ୍ଷରେ ଗିରଫ ହୋଇଥିବା ୩୫୭ଜଣ ଆନ୍ଦୋଳନକାରୀଙ୍କୁ ଖଲାସ କରିବା ପାଇଁ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆମ୍ବୁଲାନ୍ସ କର୍ମଚାରୀମାନେ ଧାରଣାରେ ବସିବା ସହ ଉତ୍ତରାଞ୍ଚଳ ଆରଡିସି କାର୍ଯ୍ୟାଳୟରେ ଜୋରଜବରଦସ୍ତ ପଶିବାକୁ ଚେଷ୍ଟା କରୁଥିଲେ। ଫଳରେ ପୁଲିସ ସେମାନଙ୍କ ଉପରକୁ ଲାଠିମାଡ କରିଥିଲା। ପୁଲିସ ଲାଠିମାଡରେ ଝାରସୁଗୁଡା ଜିଲ୍ଲାର ଜଣେ କର୍ମଚାରୀ ଅମିତ କୁମାର ବାଣି ଆହତ ହୋଇଛନ୍ତି। ତାଙ୍କୁ ଆହତ ଅବସ୍ଥାରେ ସଦର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅନ୍ୟମାନେ ଏବେ ବି ଅନ୍ଦୋଳନ ଜାରି ରଖିଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe