ନେପାଳରେ ସମ୍ବଲପୁର ଚିତ୍ରଶିଳ୍ପୀ ପ୍ରଶଂସିତ

ନେପାଳରେ ସମ୍ବଲପୁର ଚିତ୍ରଶିଳ୍ପୀ ପ୍ରଶଂସିତ

ସମ୍ବଲପୁର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍‌ ସ୍ଥିତ ଆର୍ଟ ଫାଉଣ୍ଡେସନ୍ ଓଡ଼ିଶା ଓ ରାଷ୍ଟ୍ରୀୟ ଲଳିତ କଳା ସଂଘ ନେପାଳ ମିଳିତ ଆନୁକୂଲ୍ୟରେ ପଞ୍ଚମ ଆନ୍ତର୍ଜାତିକ ଚିତ୍ରକଳା ଶିବିର ଓ ପ୍ରଦର୍ଶନୀ ନେପାଳର ପାଟନ ସଂଗ୍ରହାଳୟରେ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଉଦ୍‌ଯାପିତ ଏହି ଆନ୍ତର୍ଜାତିକ କର୍ମଶାଳା‌େର ଭାରତ, ନେପାଳ, ବାଂଲାଦେଶ ଓ ଥାଇଲାଣ୍ଡର ପ୍ରାୟ ୬୦ ଜଣ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଥିଲେ। ଭାରତରୁ ୧୪ ଜଣ ପ୍ରତିନିଧିତ୍ବ କରିଥିବା ବେଳେ ସେମାନଙ୍କ ମଧ୍ୟରେ କେବଳ ଓଡ଼ିଶାରୁ ୧୨ ଜଣ ଥିଲେ।

ତନ୍ମଧ୍ୟରୁ ସମ୍ବଲପୁରର ଚିତ୍ରଶିଳ୍ପୀ ଅନିଲ କେରକେଟା, ପ୍ରେମଚାନ୍ଦ ରାଉତ ଏବଂ ଶାଶ୍ବତ ଶେଖର ଷଡ଼ଙ୍ଗୀ ଅଂଶଗ୍ରହଣ କରି ସେମାନଙ୍କ କଳା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ସେମାନଙ୍କ କଳାକୁ ସେଠାରେ ଉଚ୍ଚ ପ୍ରଶଂସା କରା ଯାଇଥିଲା। ଏହି ଶିବିର ଗତ ୭ ତାରିଖରୁ ଆରମ୍ଭ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe