ଜୁଲାଇ ୧୯ ପର୍ଯ୍ୟନ୍ତ ସଟଡାଉନ୍‌ ଘୋଷଣା ହେଲା ସମ୍ବଲପୁର ଆଇଆଇଏମ୍‌

Advertisment
ଜୁଲାଇ ୧୯ ପର୍ଯ୍ୟନ୍ତ ସଟଡାଉନ୍‌ ଘୋଷଣା ହେଲା ସମ୍ବଲପୁର ଆଇଆଇଏମ୍‌

ସମ୍ବଲପୁର: ସମ୍ବଲପୁରସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜେମେଣ୍ଟକୁ ମଙ୍ଗଳବାର ସଟଡାଉନ୍‌ ଘୋଷଣା କରାଯାଇଛି। ଏହି ସଟଡାଉନ୍‌ ଆସନ୍ତା ଜୁଲାଇ ୧୯ ପର୍ଯ୍ୟନ୍ତ ବଳବତ୍ତର ରହିବ। ସଟ୍‌ଡାଉନ୍‌ ସମୟରେ ଆଇଆଇଏମ୍‌ ସମସ୍ତ କର୍ମଚାରୀଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଘରେ ରହି କାମ କରିବା ବେଳେ ଆଇଆଇଏମ୍‌ କର୍ମଚାରୀଙ୍କୁ ଫୋନ୍‌ ଓ ଇମେଲ ଜରିଆରେ ଯୋଗାଯୋଗ କରାଯାଇ ଆବଶ୍ୟକୀୟ ଜରୁରୀ ସୂଚନା ଦିଆଯିବ ବୋଲି ସ୍ପଷ୍ଟ କରାଯାଇଛି।

publive-image

ଏପଟେ ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କରୋନା ମାମଲା ଥିବା ବେଳେ ସମ୍ବଲପୁରରେ ଏଯାବତ ୧୧୫ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୨୩ଜଣ ରୋଗୀ କରୋନାରେ ସଂକ୍ରମିତ ହୋଇ କୋଭିଡ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସମ୍ବଲପୁରରେ ୯୨ଟି ସକ୍ରିୟ କରୋନା ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe