ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସମ୍ବଲପୁର ବିଶ୍ୱବିଦ୍ୟାଳୟ

ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସମ୍ବଲପୁର ବିଶ୍ୱବିଦ୍ୟାଳୟ

ସମ୍ବଲପୁର: କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଜ୍ୟୋତି ବିହାର, ବୁର୍ଲା)କୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯିବା ନେଇ ସମ୍ବଲପୁର ଜିଲ୍ଲାପାଳ ସୋମବାର ସୂଚନା ଦେଇଛନ୍ତି। କେବଳ ଏତିକି ନୁହେଁ, ଜ୍ୟୋତି ବିହାରj ମୁଖ୍ୟ ପ୍ରବେଶ ଦ୍ୱାର ବ୍ୟତୀତ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅନ୍ୟ ସମସ୍ତ ପ୍ରବେଶ ଦ୍ୱାରକୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରଖାଯିବା ନେଇ ବି ସ୍ପଷ୍ଟ କରି ଦିଆଯାଇଛି।

ଏଥିସହିତ କୋଭିଡ-୧୯ର ସଂକ୍ରମଣ ନିବାରଣ ପାଇଁ ପ୍ରୋଟୋକଲ୍‌ ସବୁ ସ୍ତରରେ ନିଶ୍ଚିତ ହେବା ଆବଶ୍ୟକ। ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି / ରେଜିଷ୍ଟ୍ରାର ଏହି କ୍ରମରେ ସମସ୍ତ ନିର୍ଦ୍ଦେଶ ପାଳନ କରାଯିବ ବୋଲି ନିଶ୍ଚିତ କରିବେ। ଏହି ବନ୍ଦ ସମୟରେ ଯଦି କୌଣସି ଜରୁରୀ କାର୍ଯ୍ୟ କରାଯାଏ ତେବେ ଜିଲ୍ଲାପାଳଙ୍କଠାରୁ ଅନୁମତି ଆଣିବା ବାଧ୍ୟତାମୂଳକ ରହିଛି।

ଉଲ୍ଲେଖଯୋଗ୍ୟ, ବୁର୍ଲାରେ କରୋନା ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ଆଜି ଯାଏଁ ଅର୍ଥାତ ଜୁଲାଇ ୨୦ ତାରିଖ ଯାଏ ବନ୍ଦ ରଖା ଯାଇଥିଲା। ଏହି ସମୟରେ ବିଶ୍ୱବିଦ୍ୟାଳୟର କାର୍ଯ୍ୟାଳୟ ଓ ସମସ୍ତ ପିଜି ବିଭାଗ ବନ୍ଦ ରହିବ ବୋଲି କୁହାଯାଇଥିଲା। ତେବେ ଏହି ସମୟରେ ସମସ୍ତ କର୍ମଚାରୀ ଫୋନ୍‌ ଅନ୍‌ ରଖିବେ ଓ ମୁଖ୍ୟାଳୟ ଛାଡ଼ି ଯିବେ ନାହିଁ ବୋଲି ବିଶ୍ୱବିଦ୍ୟାଳୟ କୁଳସଚିବ ନିର୍ଦେଶନାମା ଜାରି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe