ସମ୍ବଲପୁରର ଯୁବତୀ ଦିଲ୍ଲୀରେ ଅନ୍ତଃସତ୍ତ୍ୱା: ଲୋକ ଲଜ୍ଜା ଭୟରେ ଆତ୍ମହତ୍ୟା ଉଦ୍ୟମ

Advertisment
ସମ୍ବଲପୁରର ଯୁବତୀ ଦିଲ୍ଲୀରେ ଅନ୍ତଃସତ୍ତ୍ୱା: ଲୋକ ଲଜ୍ଜା ଭୟରେ ଆତ୍ମହତ୍ୟା ଉଦ୍ୟମ

Photo Credit: Representative Image

ସମ୍ବଲପୁର: କିସିଣ୍ଡା ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟ ଯୁବତୀ ଜାତୀୟ ରାଜଧାନୀ ଦିଲ୍ଲୀରେ ଅନ୍ତଃସତ୍ତ୍ୱା ହେବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗତ ବର୍ଷଠାରୁ ସେ ଦିଲ୍ଲୀରେ ରହି ନୋଇଡାରେ ଜଣଙ୍କ ଘରେ କାମ କରୁଥିଲେ। ଏହି ସମୟ ମଧ୍ୟରେ ଜଣେ ପଡ଼ୋଶୀ ଯୁବକଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

ତେବେ ଯୁବତୀଙ୍କୁ ଉକ୍ତ ଯୁବକ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା। କିନ୍ତୁ ସେ ୫ ମାସର ଅନ୍ତଃସତ୍ତ୍ୱା ହେବା ପରେ ତାଙ୍କୁ କାମରୁ କାଢ଼ି ଦିଆଯାଇଥିଲା। ସେ ସମ୍ବଲପୁର ଫେରିବା ପରେ ପରିବାର ଲୋକେ ମଧ୍ୟ ଘଟଣା ସମ୍ପର୍କରେ ଜାଣି ପାରିଥିଲେ। ତେବେ ଲୋକ ଲଜ୍ଜା ଭୟରେ ଗତ ୧୩ ତାରିଖରେ ଯୁବତୀଜଣଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ତାଙ୍କୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମେଡିସିନ୍‌ ବିଭାଗରେ ସେ ଚିକିତ୍ସାଧୀନ ଥିବା ସମୟରେ ବୁଧବାର ରାତିରେ ତାଙ୍କର ମୃତ ଅପରିପକ୍ୱ ଶିଶୁ ପୁତ୍ରଟିଏ  ଜନ୍ମ ହୋଇଥିଲା। ଏବେ ସେ ବୁର୍ଲା ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଚିକିତ୍ସାଧୀନ ଅଛନ୍ତି। ତେବେ ଘଟଣା ସମ୍ପର୍କରେ ପରିବାର ଲୋକେ ମଧ୍ୟ କିଛି କହିବାକୁ ନାରାଜ ଥିବା ସମୟରେ ପୁଲିସ୍‌ରେ ମଧ୍ୟ ଅଭିଯୋଗ କରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe