ହୋଟେଲରେ ଚଢ଼ଉ: ୧୯ଟି ଗ୍ୟାସ୍‌ ସିଲିଣ୍ଡର ଜବତ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହରରେ ଦୀର୍ଘ ଦିନରୁ ଘରୋଇ ଇନ୍ଧନ ପାଇଁ ବ୍ୟବହାର ହେଉଥିବା ଗ୍ୟାସ୍‌ ସିଲିଣ୍ଡରର କଳାବଜାରୀ  ନେଇ ଅଭିଯୋଗ ହୋଇ ଆସୁଥିଲା। ପ୍ରଶାସନ ତରଫରୁ ଆଜି ଚଢ଼ଉ କରାଯାଇଛି।

gas

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହରରେ ଦୀର୍ଘ ଦିନରୁ ଘରୋଇ ଇନ୍ଧନ ପାଇଁ ବ୍ୟବହାର ହେଉଥିବା ଗ୍ୟାସ୍‌ ସିଲିଣ୍ଡରର କଳାବଜାରୀ  ନେଇ ଅଭିଯୋଗ ହୋଇ ଆସୁଥିଲା। ଆଜି କୁଚିଣ୍ଡା ଉପଜିଲ୍ଲାପାଳଙ୍କ ନିର୍ଦେଶରେ ଡେପୁଟି କଲେକଟର ଲୋଚନ ଶବର, ଯୋଗାଣ ସୁପରଭାଇଜର ରାଜକିଶୋର ସ୍ୱାଇଁ, ଏମଆଇ ସୁଧୀର କୁମାର ପାତ୍ର, ଜମନକିରା ଇନିସପେକଟର ବିଜୟ କୁଲୁ, କୁଚିଣ୍ଡାସ୍ଥିତ ବିଭିନ୍ନ ହୋଟେଲରେ ଚଢ଼ଉ କରିଥିଲେ।

ହୋଟେଲ ଡିଲାକ୍ସରୁ ୧୨ଟି ଗ୍ୟାସ୍‌ ସିଲିଣ୍ଡର, ହୋଟେଲ ରୟାଲ ଗ୍ୟାଲେକ୍ସିରୁ ୫ ସିଲିଣ୍ଡର, ସାହୁ ଢ଼ାବାରୁ ୨ ଗୋଟି ସିଲିଣ୍ଡର ଜବତ ହୋଇଛି। ଏହି ସିଲିଣ୍ଡର ଗୁଡ଼ିକର କୌଣସି କାଗଜ ପତ୍ର ନ ଥିଲା।

ଏହି ଚଢ଼ଉ ସମୟରେ ହୋଟେଲ ଡିଲାକ୍ସରୁ ୧୨ଟି ଗ୍ୟାସ୍‌ ସିଲିଣ୍ଡର, ହୋଟେଲ ରୟାଲ ଗ୍ୟାଲେକ୍ସିରୁ ୫ ସିଲିଣ୍ଡର, ସାହୁ ଢ଼ାବାରୁ ୨ ଗୋଟି ସିଲିଣ୍ଡର ଜବତ ହୋଇଛି। ଏହି ସିଲିଣ୍ଡର ଗୁଡ଼ିକର କୌଣସି କାଗଜ ପତ୍ର ନ ଥିଲା। ବ୍ଲାକରେ କିଣା ହୋଇଥିବା ଅନୁମାନ କରାଯାଉଛି।ଯୋଗାଣ ବିଭାଗ ପକ୍ଷରୁ ଗ୍ୟାସ୍‌ ସିଲିଣ୍ଡଗୁଡ଼ିକ କେଉଁଠୁ ଆସିଲା ତାର ତଦନ୍ତ କରୁଛନ୍ତି। ଘଟଣା ସହରରେ ଆଲୋଚନା ହେଇଛି। ସହରର ଅନ୍ୟ ହୋଟେଲ, ଜଳଖିଆ ଦୋକାନରେ ମଧ୍ୟ ଏଗୁଡ଼ିକ ଖୋଲା ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି।

Sambalpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe