ସମ୍ବଲପୁର : ସଂଘବଦ୍ଧ ଆକ୍ରମଣରେ ୨ ଭାଇ ମୃତ, ୩ ଗୁରୁତର

Advertisment
ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା, ହାତଗୋଡ଼ ବନ୍ଧା ଅବସ୍ଥାରେ ସମୁଦ୍ରରୁ ମୃତଦେହ ଉଦ୍ଧାର

Bengal Daily

ସମ୍ବଲପୁର : ସଂଘବଦ୍ଧ ଆକ୍ରମଣରେ ଦୁଇ ଭାଇ ମୃତ୍ୟୁବରଣ କରିବା ସହ ୩ ଜଣ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି । ଘଟଣାଟି ଘଟିଛି ବୁର୍ଲା ସେଣ୍ଟ୍ରାଲ ଲାଇନ ଅଞ୍ଚଳରେ ।

ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବୁର୍ଲା ସେଣ୍ଟ୍ରାଲ ଲାଇନ ଅଞ୍ଚଳରେ କେତେକ ଲୋକ ସଂଘବଦ୍ଧ ହୋଇ ବିଭିନ୍ନ ମାରଣାସ୍ତ୍ର ସହ ଗୋଟିଏ ପରିବାର ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ପରିବାରର ଦୁଇ ଭାଇ ନିହତ ହୋଇଛନ୍ତି । ଏହା ସହିତ ୩ ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏହି ଆକ୍ରମଣର କାରଣ ଜଣାପଡ଼ିନଥିଲେ ମଧ୍ୟ ବୁର୍ଲା ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe