ଯୁଯୁମୁରା : କଲେଜ ଅଧ୍ୟକ୍ଷଙ୍କୁ ବ୍ଲାକମେଲ୍‌ କରି ଛାତ୍ର ସମେତ ୩ ଗିରଫ

Advertisment
ମହିଳାଙ୍କ ଗୁପ୍ତାଙ୍ଗରୁ ସ୍ବାବ୍‌ ନମୁନା ନେଇ ଗିରଫ ହେଲେ ଲାବୋରେଟୋରି ଟେକ୍ନିସିଆନ୍‌

Time

ଯୁଯୁମୁରା : କଲେଜ ଅଧ୍ୟକ୍ଷଙ୍କୁ ବ୍ଲାକମେଲ କରି ତାଙ୍କର ପୂର୍ବତନ ଛାତ୍ର ସମେତ ୩ ଜଣ ଗିରଫ ‌ହେବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ ଯୁଯୁମୁରା ପୁଲିସ୍‌ ବୁଧବାର ରାତିରେ ଯୁଯୁମୁରା ଥାନା ହାତୀବାରି ଗୋରୁଗୋଠର ଦେବାଶିଷ ଭଇଁସାଲ(୨୦), ସମ୍ବଲପୁର ଜିଲ୍ଲା ସଦର ଥାନା ମାନେଶ୍ବରର ରବି ବାଗ(୨୨) ଓ ବରଗଡ଼ ଜିଲ୍ଲା ଟାଉନ୍‌ ଥାନା ମହାନ୍ତିପଡ଼ାର ପ୍ରମୋଦ ରାଉତ(୨୨)କୁ ପୁଲିସ୍‌ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ବ୍ଲାକମେଲ୍‌ କରି ନେଇଥିବା ୨୫ ହଜାର ଟଙ୍କା, ଗୋଟିଏ ଗ୍ଲାମର (ଓଡି ୧୫ ଏମ୍‌ ୯୨୪୦) ଓ ସ୍କୁଟି(ଓଆର୍‌ ୧୫ ଡି ୯୪୪୫)କୁ ପୁଲିସ୍‌ ଜବତ କରିଛି। କିନ୍ତୁ କଲେଜ ଅଧ୍ୟକ୍ଷ ଗିରୀଶ ପଟ୍ଟନାୟକଙ୍କୁ ଏହି ଯୁବକମାନେ ଯେଉଁ ଭିଡିଓ ଦେଖାଇ ବ୍ଲାକମେଲ କରିଥିଲେ ସେଥିରେ କ’ଣ ରହିଛି ତାହା ଜଣାପଡ଼ିପାରିନାହିଁ।

ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ପାର୍ବତିଗିରି ଡିଗ୍ରି ମହାବିଦ୍ୟାଳୟର ଅଧ୍ୟକ୍ଷ ଗିରୀଶ ପଟ୍ଟନାୟକଙ୍କୁ ୧ ବର୍ଷ ତଳର କୌଣସି ଭିଡିଓ କ୍ଲିପ୍‌କୁ ହ୍ବାଟ୍‌ସ ଆପ୍‌ ମାଧ୍ୟମରେ ଜଣେ ଯୁବକ ପଠାଇ ୧୦ ଲକ୍ଷ ଟଙ୍କା ଦାବି କରିଥିଲା। କିନ୍ତୁ ଏତେ ଅଧିକ ଟଙ୍କା ଦେବାକୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଅସମର୍ଥ ହେବାରୁ ଉଭୟ ପକ୍ଷ ମଧ୍ୟ‌ରେ ୨୫ ହଜାର ଟଙ୍କାରେ କଥା ଛିଣ୍ଡିଥିଲା। ପୂର୍ବ କଥାବାର୍ତ୍ତା ଅନୁସାରେ ୨୩ ତାରିଖରେ ୨ ଯୁବକ ଏକ ବାଇକ୍‌ରେ କଲେଜ ସମ୍ମୁଖକୁ ଆସି ପେନ୍‌ଡ୍ରାଇଭ୍‌ ଦେବା ସହ ୨୫ ହଜାର ଟଙ୍କା ନେଇ ଯାଇଥିଲେ। ମାତ୍ର ଘଟଣାସ୍ଥଳରେ ପୂର୍ବତନ ଛାତ୍ର ଦେବାଶିଷ ବୁଲୁଥିବା ଦେଖି ତା ଉପରେ ସନ୍ଦେହ ଜାତ ହେବାରୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe