କୁଚିଣ୍ଡା : ମାତିଲେ ଲୁଟେରା, ୟୁନିୟନ ବ୍ୟାଙ୍କ୍ ଗାଡ଼ିରୁ ବନ୍ଧୁକ ଦେଖାଇ ୩୫ଲକ୍ଷ ଲୁଟ୍‌

Advertisment
କୁଚିଣ୍ଡା : ମାତିଲେ ଲୁଟେରା, ୟୁନିୟନ ବ୍ୟାଙ୍କ୍ ଗାଡ଼ିରୁ ବନ୍ଧୁକ ଦେଖାଇ ୩୫ଲକ୍ଷ ଲୁଟ୍‌

odishasuntimes.com

କୁଚିଣ୍ଡା : ସମ୍ବଲପୁରରୁ ଟଙ୍କା ନେଇ ଫେରୁଥିବା ୟୁନିୟନ ବ୍ୟାଙ୍କ ଲଇମୁରା ଶାଖା ଗାଡ଼ିରୁ ଦୁର୍ବୃତ୍ତମାନେ ୩୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ସୋମବାର ସଂଧ୍ୟାରେ ଘଟିଥିବା ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁସାରେ କୁଚିଣ୍ଡା ଥାନା ଅନ୍ତର୍ଗତ ଲଇମୁରା ସ୍ଥିତ ୟୁନିୟନ ବ୍ୟାଙ୍କ ଶାଖାର କର୍ମଚାରୀ ମାନେ ସୋମବାର ନଗଦ ଅର୍ଥ ନେବାକୁ ସମ୍ବଲପୁର ଆସିଥିଲେ। ଏଠାରୁ ଟଙ୍କା ନେଇ ଫେରୁଥିବାବେଳେ ଭୋଜପୁର ନିକଟସ୍ଥ କୁଚିଣ୍ଡା ଥାନା ଅନ୍ତର୍ଗତ ଠୁଣ୍ଟିପିପଲ୍ ନିକଟରେ ପଲ୍‌ସର ଧରି ରାସ୍ତାରେ ଛିଡ଼ା ହୋଇଥିବା ୨ ଜଣ ଦୁର୍ବୃତ୍ତ ଗାଡ଼ିକୁ ଅଟକାଇ ଥିଲେ। ପଛରୁ ଆଉ ୪ ଜଣ ଲୁଟେରା ମୋଟର ସାଇକେଲ୍‌ରେ ଆସି ପହଞ୍ଚିଥିଲେ। ସେମାନେ ବନ୍ଧୁକ ଦେଖାଇ ଗାଡ଼ିରେ ଥିବା ବ୍ୟାଙ୍କ ଶାଖା ପରିଚାଳକ, ଅନ୍ୟ ଜଣେ କର୍ମଚାରୀ ଓ ଡ୍ରାଇଭର୍‌କୁ ଭୟଭୀତ କରି ଟଙ୍କା ବ୍ୟାଗ୍‌ ଲୁଟି ଫେରାର ହୋଇ ଯାଇଥିଲେ।

ଏନେଇ ବ୍ୟାଙ୍କ ଶାଖା ପରିଚାଳକ କୁଚିଣ୍ଡା ଥାନାରେ ଏତଲା ଦାଏର କରିଛନ୍ତି। କୁଚିଣ୍ଡା ଏସ୍‌ଡିପିଓ ରାଜକିଶୋର ମିଶ୍ର ଏବଂ ଥାନା ଅଧିକାରୀ କମଳ ପଣ୍ଡାଙ୍କ ତତ୍ତ୍ବାବଧାନରେ ପୁଲିସ୍‌ ବିଭିନ୍ନ ସ୍ଥାନରେ ନାକାବନ୍ଦି କରି ତଲାସୀ ଆରମ୍ଭ କରିଛି। ରାତିରେ ସମ୍ବଲପୁର ଏସ୍‌ପି କନ୍‌ୱର ବିଶାଲ ସିଂହ କୁଚିଣ୍ଡାରେ ପହଞ୍ଚିଛନ୍ତି। ସଂଦେହରେ ଗାଡ଼ିର ଡ୍ରାଇଭର୍‌କୁ ପୁଲିସ୍‌ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe