ସମ୍ବଲପୁର ଚିଡ଼ିଆଖାନାକୁ ଆସିବେ ୪ ମହାବଳ ବାଘ

ସମ୍ବଲପୁର ଚିଡ଼ିଆଖାନାକୁ ଆସିବେ ୪ ମହାବଳ ବାଘ

ifaw.org

ସମ୍ବଲପୁର: ଦେଶର ଅନ୍ୟ ଚିଡ଼ିଆଖାନାରୁ ସମ୍ବଲପୁର ଚିଡ଼ିଆଖାନାକୁ ଆସିବେ୪ ମହାବଳ ବାଘ। ନ୍ୟାସନାଲ ଜୁ ଅଥରିଟିର ଅନୁମତି ମିଳିଥିବା ଜଣାପଡିଛି। ଅନ୍ୟପଟେ ଡେବ୍ରିଗଡକୁ ୩ ମହାବଳ ବାଘ ଆସିବା ନେଇ ମଧ୍ୟ ନ୍ୟାସନାଲ ଟାଇଗର କନଜରଭେସନ ଅଥରିଟି ବା ଏନଟିସିଏର ଅନୁମତି ମିଳିଛି। ସେହିପରି ବନ୍ୟାପ୍ରାଣୀ ସ୍ଥାନାନ୍ତରଣ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଥିବାବେଳେ ସମ୍ବଲପୁର ଜୁରୁ ଡେବ୍ରିଗଡ ଅଭୟାରଣ୍ୟକୁ ୧୧୫ ହରିଣ ସ୍ଥାନାନ୍ତର ହେବେ।
ସେଣ୍ଟ୍ରାଲ ଜୁ ଅଥୋରିଟି ଅନୁମତି ଓ ରାଜ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକଙ୍କ ସୂଚନା କ୍ରମେ ଡେବ୍ରିଗଡ ଅଭୟାରଣ୍ଯକୁ ହରିଣ ସ୍ଥାନାନ୍ତର ଆରମ୍ଭ ହୋଇଛି| ଆଜି ପ୍ରଥମ ଦିନରେ ସକାଳ ୩ଟାରେ ୧୨ ଚିତ୍ରା ହରିଣଙ୍କୁ ସମ୍ବଲପୁର ଜୁରୁ ଡେବ୍ରିଗଡକୁ ସ୍ଥାନାନ୍ତର କରାଯାଇଥିବାବେଳେ ପର୍ଯ୍ୟାୟ କ୍ରମେ ସମୁଦାୟ ୧୧୫ ଚିତ୍ରା ହରିଣ ଡେବ୍ରିଗଡ ଅଭୟାରଣ୍ୟ ଯିବେ। ସମ୍ବଲପୁର ଜୁ ବା ଡିୟର ପାର୍କରୁ ଏହି ୧୧୫ ଚିତ୍ରା ହରିଣଙ୍କୁ ଡେବ୍ରିଗଡ ସ୍ଥାନାନ୍ତର କରାଯିବ। ଏମାନଙ୍କୁ ବୋମା ପଦ୍ଧତିରେ ସ୍ବତନ୍ତ୍ର ଗାଡ଼ିରେ ପଠାଯାଇଛି। ବୋମା ପଦ୍ଧତି ହେଉଛି ବଡ଼ ଏନକ୍ଲୋଜରରୁ ଧୀରେ ଧୀରେ ସାନ ଏନକ୍ଲୋଜରକୁ ବନ୍ୟପ୍ରାଣୀ ସ୍ଥାନାନ୍ତର କରିବା। ସମ୍ବଲପୁର ଜୁରେ ସଂଖ୍ୟା କମାଇବା ସହ ସମତୁଲ ରଖିବା ପାଇଁ ଏହି ପ୍ରୟାସ କରାଯାଇଛି। ତେବେ ସ୍ଥାନାନ୍ତର ପରେ ଆସନ୍ତା ମାସେ ଯାଏଁ ଏହି ହରିଣମାନେ ସେଠାରେ କ୍ବାରେଣ୍ଟାଇନରେ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe