ସମ୍ବଲପୁରରେ ଚତୁର୍ଥ ହୀରାଖଣ୍ଡ ନାଟ୍ୟ ମହୋତ୍ସବ

ସମ୍ବଲପୁରରେ ଚତୁର୍ଥ ହୀରାଖଣ୍ଡ ନାଟ୍ୟ ମହୋତ୍ସବ

ସମ୍ବଲପୁର: ସମ୍ବଲପୁର ୟୁନିଭରସିଟି ବିଜୁ ପଟ୍ଟନାୟକ ଅଡିଟୋରିୟମ୍ ଠାରେ ଚତୁର୍ଥ ହୀରାଖଣ୍ଡ ନାଟ୍ୟ ମହୋତ୍ସବ ଉଦ୍‌ଘାଟିତ ହୋଇଛି। ସମ୍ବଲପୁରର ଅଗ୍ରଣୀ ନାଟ୍ୟାନୁଷ୍ଠାନ ଅଦୃଶ୍ୟ ନାଟ୍ୟ ଆଶ୍ରମ ପକ୍ଷରୁ ସମ୍ବଲପୁର ବିଶ୍ବବିଦ୍ୟାଳୟ ପ୍ରଦର୍ଶନୀ ବିଭାଗର ମିଳିତ ସହଭାଗିତାରେ ଆୟୋଜିତ ଏହି ନାଟ୍ୟ ମହୋତ୍ସବରେ ଗୁରୁବାର ପ୍ରଦର୍ଶନୀ କଳା ବିଭାଗର ଛାତ୍ର ଘନଶ୍ୟାମ ବେହେରା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ। ତାପରେ ଜାମସେଦପୁରର ଝାଡ଼ଖଣ୍ଡ ସାଂସ୍କୃତିକ ମଂଚ ପକ୍ଷରୁ ନାଟ୍ୟକାର ତଥା ନିର୍ଦ୍ଦେଶକ ଶିବଲାଲ ସାଗରଙ୍କ ନିର୍ଦ୍ଦେଶିତ ହିନ୍ଦୀ ନାଟକ ‘ଦିଗଦର୍ଶକ’ ମଂଚସ୍ଥ ହୋଇଥିଲା। ଗୁରୁ ଶିଷ୍ୟ ଙ୍କ ସମ୍ପର୍କ ଉପରେ ନାଟକଟି ରହିଥିବା ବେଳେ ଆଜିର ଯୁବପିଢ଼ି ନିଜର ଭବିଷ୍ୟତ ନିର୍ମାଣ କରି ସାରିଲା ପରେ ନାଟକକୁ କିପରି ତିରସ୍କାର କରୁଛନ୍ତି ତାହା ଉପରେ ପର୍ଯ୍ୟବେଷିତ ହୋଇଥିଲା।

ନାଟକ ପରେ ନିର୍ଦ୍ଦେଶକଙ୍କ ସହ ଛାତ୍ରଛାତ୍ରୀଙ୍କ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଗୁରୁବାର ନାଟକ କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ ସ୍ନାତ୍ତାକତ୍ତର ବିଭାଗ ସମୂହର ଅଧକ୍ଷା ପ୍ର. ସଂଯୁକ୍ତା ଦାସ ଉଦ୍‌ଘାଟନ କରିଥିବା ବେଳେ କୁଳସଚିବ ଡ. ନୃପରାଜ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅଦୃଶ୍ୟ ନାଟ୍ୟ ଆଶ୍ରମର ନିର୍ଦେଶକ ଅତୀଶ ଶତପଥୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ପ୍ରଦର୍ଶନୀ କଳା ବିଭାଗର ଅଧ୍ୟାପକ ଅରବିନ୍ଦ ପଣ୍ଡା ଧନ୍ୟବାଦ ଦେଇଥିଲେ। ନରେନ୍ଦ୍ର ବେହେରା, ଶୁଭମ ମେହେର, ଆଦିତ୍ୟ ସାହା, ପଙ୍କଜିନି ମେହେର, ସୁମିତ୍ରା ମହାକୁର, ଆକାଂକ୍ଷା ଦଣ୍ଡସେନା, ଦୀପକ ମେହେର, ସଂକେତ କୁମାର, ରାହୁଲ ଗୁପ୍ତା, ରାହୁଲ ମହାନନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ସେଭଳି ଦ୍ବିତୀୟ ସନ୍ଧ୍ୟାରେ ପଶ୍ଚିମବଙ୍ଗରୁ ଆସିଥିବା ଝାରଗ୍ରାମ କଥାକୃତି ନାଟକ ଅନୁଷ୍ଠାନ ପକ୍ଷରୁ ଦେବଲୀନା ଦାଶଗୁପ୍ତଙ୍କ ରଚିତ ଓ କୁନ୍ତନ ପଲ୍‌ଙ୍କ ନିର୍ଦ୍ଦେଶିତ ନାଟକ ‘ଉଜୟ ସମ୍ବାଦ’ ପରିବେଷଣ କରାଯାଇଥିଲା। ମହାଭାରତ ଯୁଦ୍ଧ ସମୟର ଅକୁହା ଚରିତ୍ର ଇରାବନ ଉପରେ ଏହି ନାଟକ ଟି ମଂଚସ୍ଥ ହୋଇଥିଲା। ଦ୍ବିତୀୟ ସନ୍ଧ୍ୟାରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏନ. ନାଗରାଜୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଫେସର ତୁଷାରକାନ୍ତି ଦାସ ଏବଂ ପ୍ର. ସନତ ସାହୁ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe