କାର୍‌ ସହ ୯୫ ଲକ୍ଷ ଟଙ୍କାର ରୁପା ଅଳଙ୍କାର ଜବତ

Advertisment
କାର୍‌ ସହ ୯୫ ଲକ୍ଷ ଟଙ୍କାର ରୁପା ଅଳଙ୍କାର ଜବତ

ସମ୍ବଲପୁର : ଗୁରୁବାର ସକାଳେ ଛତିଶଗଡ଼ର ରାଜଧାନୀ ରାୟପୁରରୁ ସମ୍ବଲପୁରକୁ ଚାଲାଣ ବେଳେ ୯୫ ଲକ୍ଷ ଟଙ୍କାର ରୁପା ଅଳଙ୍କାର ଜବତ କରାଯାଇଛି। ସମ୍ବଲପୁର ପୁଲିସ୍‌ର ସ୍ୱତନ୍ତ୍ର ସ୍କ୍ଵାଡ ଦ୍ୱାରା ଯାଂଚ ବେଳେ ଏହା ଧରାପଡ଼ିଛି। ରାୟପୁରରୁ ଏକ ଡଷ୍ଟର କାର୍‌ (ସିଜି୦୪ଏଲ୍‌ଭି୯୬୫୮)ରେ ରୁପା ଅଳଙ୍କାର ସମ୍ବଲପୁରକୁ ଆସୁଥିବା ନେଇ ଏସ୍‌ପିଙ୍କୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଗାଡ଼ି ଯାଂଚ କରାଯିବା ବେଳେ ଉକ୍ତ ଗାଡ଼ିରୁ ୨୪୫ କିଲୋଗ୍ରାମ ଓଜନର ବିଭିନ୍ନ ପ୍ରକାର ରୁପା ଅଳଙ୍କାର ପ୍ୟାକେଟ୍‌ରୁ ମିଳିଥିଲା। ଏସବୁ ଅଳଙ୍କାର ରାୟପୁର ଏସ୍‌ଏସ୍‌ ସିଲ୍‌ଭର ସଂସ୍ଥାର ବୋଲି ଜଣାପଡ଼ିଛି।

publive-image

ସମ୍ବଲପୁର ବିଭିନ୍ନ ଅଳଙ୍କାର ଦୋକାନରେ ବିକ୍ରି ପାଇଁ ଏହା ଅଣାଯାଇଥିଲା। ତେବେ ଟିକସ ଫାଙ୍କି ଏସବୁ ସମାଗ୍ରୀ ଅଣାଯାଇଥିବା ଜଣାପଡ଼ିବା ପରେ ଏହାକୁ ଭିଜିଲାନସ୍‌ (ବାଣିଜ୍ୟ କର) ବିଭାଗକୁ ହସ୍ତାନ୍ତର କରାଯାଇଛି। ଜବତ ସାମଗ୍ରୀର ମୂଲ୍ୟ ୯୫ ଲକ୍ଷ ହେବ ବୋଲି ଆକଳନ କରାଯାଇଛି। ବିଧିବଦ୍ଧ ଭାବେ ରୁପା କିଣାଯାଇ ଅଳଙ୍କାର ତିଆରି କରାଯାଇଥିବା ନେଇ କାଗଜପତ୍ର ଦାଖଲ କଲେ କେବଳ ଟିକସ ଫାଙ୍କି ବାବଦକୁ ୬ ଲକ୍ଷ ଟଙ୍କା ଜରିମାନା ଆଦାୟ ହେବ ବୋଲି ଭିଜିଲାନସ୍‌ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe