ଠିଆ ହୋଇଥିବା ଟ୍ରକ୍‌କୁ ପିଟିଲା ସରକାରୀ ବସ୍: ୫ ଗରୁୁତର, ବୁର୍ଲା ସ୍ଥାନାନ୍ତର

ଠିଆ ହୋଇଥିବା ଟ୍ରକ୍‌କୁ ପିଟିଲା ସରକାରୀ ବସ୍: ୫ ଗରୁୁତର, ବୁର୍ଲା ସ୍ଥାନାନ୍ତର

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅଞ୍ଚଳରେ ଆଜି ଭୋର ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଜମନକିରା ଥାନା ବାଇପାସ୍‌ ରାସ୍ତାରେ କେନ୍ଦୁଝରରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ଓଏସଆରଟିସି ବସ୍‌ ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ପିଟିଥିଲା। ଏହାଫଳରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ବସରେ ଥିବା ଚାଳକଙ୍କ ସମେତ ୮ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାଯାଇଛି। ଗୁରୁତରମାନଙ୍କୁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି। ଖବର ପାଇ ଜମନକିରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe